ନାଇଜରରେ ଏସୋ ସମ୍ମିଳନୀ ଉଦଘାଟିତ | ଉଦ୍ଭିଦ ବିଜ୍ଞାନ ଗବେଷଣାରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

0 337

ଜଟଣୀ / ଭୁବନେଶ୍ବର ,୦୮.୧୧.୨୨ (ପ୍ରତ୍ୟୁଷା ବ୍ୟୁରୋ): ଆଜି ନାଇଜରର ପଠାଣିସାମନ୍ତ ଅଡିଟୋରିୟମରେ ‘ୟୁରୋପିଆନ୍ ମଲେକୁଲାର ବାୟୋଲୋଜି ସମ୍ମିଳନୀ (ଏସୋ)’ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ତଥା ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଜାପାନ୍‌ର ବୈଜ୍ଞାନିକ ପ୍ରଫେସର ମିଶୁୟାସୁ ହାସେବେ କହିଲେ ଯେ ଜୈବବିଜ୍ଞାନ କ୍ଷେତ୍ରରେ; ବିଶେଷ କରି ଉଭିଦ ବିଜ୍ଞାନରେ ଭାରତର ଗବେଷଣା ଆଗରେ ଅଛି। ଉଭିଦ ବିଜ୍ଞାନ ଗବେଷଣାର ଉନ୍ନତି ପ୍ରକାରାନ୍ତରେ ସାଧାରଣ ଜନତା, କୃଷକ ଏବଂ ରୋଗୀମାନଙ୍କ ଉପରେ ସୁଫଳ ପ୍ରଭାବ ପକାଇ ଆସୁଛି ଏବଂ ଆଗକୁ ଆହୁରି ପକାଇବ। ଏହି ଏସୋ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ସଭାପତିତ୍ବ କରିଥିଲେ ନାଇଜରର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା। ସଭାପତି ଭାଷଣରେ ସେ କହିଲେ ଯେ, ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ୪୫୦ରୁ ଉର୍ଦ୍ଧ୍ୱ ଗବେଷକ, ବୈଜ୍ଞାନିକମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍‌ରେ ଯୋଗ ଦେଇ ସେମାନଙ୍କର ଗବେଷଣାର ଉପଲବ୍ଧି ଉପରେ ଚର୍ଚ୍ଚା କରିବେ ଯାହାର ସୁଫଳ ଭାରତ ତଥା ଓଡିଶାର ଗବେଷକ ଛାତ୍ର-ଛାତ୍ରୀ ତଥା ପ୍ରଫେସରମାନେ ଉଠାଇ ପାରିବେ । ସଭାରେ ସ୍ବାଗତ ଭାଷଣ ଦେଇଥିଲେ ନାଇଜର ଜୈବବିଜ୍ଞାନ ମୁଖ୍ୟ ଡ. ପଙ୍କଜ ଆଲୋକେ ।

ସମ୍ମାନୀତ ଅତିଥ୍‌ ଅଷ୍ଟ୍ରିଆର ପ୍ରଫେସର ଲିମା ଚଡାଲାନ୍, ସହ ଆୟୋଜକ ଜର୍ମାନୀର ପ୍ରଫେସର ଫେଡ୍ରିକ୍ ବରଜର, ଡ. ଚନ୍ଦନ ଗୋସ୍ବାମୀ, ଏୟୋ ସମ୍ମିଳନୀର ଆଭିମୁଖ୍ୟ, ବିଶେଷତ୍ଵ ଓ ଫଳାଫଳର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀର ପ୍ରାଧାନ୍ୟକୁ ବର୍ଣ୍ଣନା କରିବାକୁ ଯାଇ ନାଇଜରର କୁଳସଚିବ ଡ. ଅଭୟ କୁମାର ନାୟକ କହିଲେ ଯେ ଆର୍ନ୍ତଜାତୀୟସ୍ତରର ଏହି ସମ୍ମିଳନୀ ୧୯୯୮ ସମିହାରେ ପଶ୍ଚିମ ଭାରତରେ ମୁମ୍ବାଇର ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଥିଲା। ଏହା ୨୪ ବର୍ଷ ପରେ ପୁନଶ୍ଚ ଭାରତରେ ଅନୁଷ୍ଠିତ ହେଲା ପୂର୍ବ ଭାରତର ଓଡିଶାର ନାଇଜରଠାରେ, ଯାହା ନାଇଜରକୁ ବିଶ୍ବସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେବ। ଏହି ଗବେଷଣାର ସୁଫଳ ଓଡିଶାର ଛାତ୍ରଛାତ୍ରୀ ତଥା ଗବେଷକ ଅବଶ୍ୟ ପ୍ରାପ୍ତ ହେବେ

Leave A Reply

Your email address will not be published.