ଆନ୍ଧ୍ର ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ହେଲେ ଡ. ବଦ୍ରୀନାଥ ପଟ୍ଟନାୟକ

0 217

ପ୍ରତ୍ୟୁଷା ନିୟୁଜ, 19/10/22 :

ଜଗତର ଅସଂଖ୍ୟ ମାନବଙ୍କ ଗହଣରେ ସୂର୍ଯ୍ୟ ସମ ଉଜ୍ଜ୍ଵଳବାନ୍ ବ୍ୟକ୍ତିତ୍ବଟିକୁ ଆମେ ଶ୍ରେଷ୍ଠ ବା
ମହାନ୍ ବ୍ୟକ୍ତି ବୋଲି କହିଥାଉ। ସେମିତି ଜଣେ ମହାନ୍ ବ୍ୟକ୍ତିତ୍ଵ ହେଉଛନ୍ତି ଡ. ବଦ୍ରିନାଥ
ପଟ୍ଟନାୟକ । ସେ ଏକାଧାରରେ ଜଣେ ମହାନ୍ ଶିକ୍ଷାବିତ୍, ଶ୍ରେଷ୍ଠ ସମାଜସେବୀ, ଆଦର୍ଶବାନ୍
ସନାତନ ଧର୍ମୀ, ଅନ୍ୟକୁ ନିଜର କରିବାର ବ୍ୟକ୍ତିତ୍ବଥିବା ଜଣେ ପ୍ରିୟ ଶ୍ରଦ୍ଧାଳୁ ବ୍ୟକ୍ତିତ୍ଵ।
ଏହି ମହାନ୍ ବ୍ୟକ୍ତି ଶିକ୍ଷାଜଗତରେ ଶିକ୍ଷାବିତ୍ ଭାବେ ୩୦ ବର୍ଷ ପୂର୍ବରୁ ପାଦଥାପି ଆଗକୁ ଅଗ୍ରସର
ହେବା ପରେ କେବେ ପଛକୁ ଫେରି ଚାହିଁନାହାନ୍ତି ବରଂ ନିଜେ ଅଗ୍ରସର ହେବା ସହ ଶହ ଶହ
ବ୍ୟକ୍ତିଙ୍କୁ ଏହି ସମୁଦ୍ରରେ ସମାଗମ କରାଇଛନ୍ତି ।
ଆନ୍ଧ୍ରପ୍ରଦେଶର ଉଚ୍ଚ ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ନିମନ୍ତେ ୧୭/୧୦/୨୨ ତାରିଖରେ ଡ.
ବଦ୍ରିନାଥ ପଟ୍ଟନାୟକଙ୍କୁ ଆନ୍ଧ୍ରପ୍ରଦେଶ ସରକାର Andhrapradesh State Council
of Higher Education ବିଭାଗରେ ୩ ବର୍ଷ ପାଇଁ ମେସର ଭାବରେ ନିଯୁକ୍ତି ଦେଇଛନ୍ତି ।
ଏଥ୍‌ନିମନ୍ତେ ଡ. ବଦ୍ରିନାଥ ପଟ୍ଟନାୟକ ଆନ୍ଧ୍ର ରାଜ୍ୟପାଳ ଡ. ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଶେଷ
କୃତଜ୍ଞତା ଅର୍ପଣ କରିଛନ୍ତି ।
ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ସେ ତାଙ୍କର ପ୍ରତିଭାକୁ ସୁଚାରରୂପେ ପ୍ରଦର୍ଶନ କରିପାରିଛନ୍ତି ।
ଶିକ୍ଷାର ଆକାଶରେ ସେ ସୂର୍ଯ୍ୟପରି ତାଙ୍କର ଉଜ୍ଜ୍ବଳତାକୁ ପରିପ୍ରକାଶ କରି ରାଜ୍ୟ ତଥା
ରଜ୍ୟବାହାରେ ଅଶିକ୍ଷାର ଅନ୍ଧାରକୁ ଦୂର କରିପାରିଛନ୍ତି ।
ବଦ୍ରିନାଥ ପଟ୍ଟନାୟକ ବିଶ୍ବହିନ୍ଦୁ ପରିଷଦ ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ । ସେ ଛତିଶଗଡ଼ର ମଠ
ଓ ମନ୍ଦିର ପରିଚାଳନାର ଅଧ୍ୟକ୍ଷଭାବେ ଦୀର୍ଘ ୩୦ ବର୍ଷ ଧରି ଜଡ଼ିତ । ସେ ଆନ୍ତର୍ଜାତୀୟ ହିନ୍ଦୁ
ମହାସଭାର ଅଧ୍ୟକ୍ଷ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଉପାଧ୍ୟକ୍ଷ ଓ ହିନ୍ଦୁ ରାଷ୍ଟ୍ରସଙ୍ଗର
ଅଧ୍ୟକ୍ଷଭାବେ କାର୍ଯ୍ୟରତ ।
ସେ କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଟନ୍ତି।

Leave A Reply

Your email address will not be published.