ସ୍ୱଚ୍ଛତା ଅଭିଯାନ ଲକ୍ଷ୍ୟରେ ଏ ଏସ ଜି ଆଇ ହସ୍ପିଟାଲ

0 247

ଏ ଏସ୍ ଜି ଆଇ ହସ୍ପିଟାଲ୍ ନିଆରା ପ୍ରୟାସ
ସହରକୁ ସଫା ରଖୁବା ଉଦ୍ଦେଶ୍ୟରେ ‘ସ୍ୱଚ୍ଛତା ଅଭିଯାନ’
ଭୁବନେଶ୍ବର, 20/10/22 ( ପ୍ରତ୍ୟୁଷା ବ୍ୟୁରୋ):

ଏ ଏସ୍ ଜି ଆଇ ହସ୍ପିଟାଲ୍ ପକ୍ଷରୁ ଏକ ସାମାଜିକ ଅଭିଯାନ ‘ସ୍ବଚ୍ଛତା ଅଭିଯାନ’ ଆଜି ସକାଳ ୬ଟାରେ
ରାମ ମନ୍ଦିର ଛକଠାରେ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ଅବସରରେ କେବଳ ନିଜ ଘରକୁ ନୁହେଁ ଆମ ସହରକୁ
ବି ସଫା କରିବା; ଏହି ବାର୍ତ୍ତା ନେଇ ଉକ୍ତ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ
ନାରାୟଣ ଜେନା, ବିଏସ୍ଟି ମେୟର ସୁଲୋଚନା ଦାସ ଓ ଦୌଡ଼ରାଣୀ ଦୂତି ଚାନ୍ଦ ପ୍ରମୁଖ ମୁଖ୍ୟ ଅତିଥ୍‌ ଭାବେ ଯୋଗ
ଦେଇ ଏହି ଅଭିଯାନର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରାଜୁ ଦାସ କମେଡି’ ର ୟୁ ଟ୍ୟୁବର ରାଜୁ ଦାସ,
ମୋଟିଭେସ୍ଟାଲ୍ ଟିକର୍‌ ସ୍ଵାଗତିକା ଆଚାର୍ଯ୍ୟ ଓ ଫୁଡ଼ ଫାଇଣ୍ଡୋର ପ୍ରତିଷ୍ଠାତା ରୋହିତ ଶ୍ରୀବାସ୍ତବ କାର୍ଯ୍ୟକ୍ରମରେ
ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଏସ୍ଟି ଆଇ ହସ୍ପିଟାଲ୍,
ଭୁବନେଶ୍ବରର ମେଡିକାଲ୍ ଡାଇରେକ୍ଟର ଡାକ୍ତର ବିଘ୍ନରାଜ ପାଲ୍, ସେଣ୍ଟର ମ୍ୟାନେଜର ବିଶ୍ବଜିତ ମିଶ୍ର, ମାର୍କେଟିଂ
ମ୍ୟାନେଜର ଅରବିନ୍ଦ ଜେନା, ମେଡିକାଲ୍ ରେଟିନା କନ୍‌ଲାଣ୍ଟ ଡାକ୍ତର ଗାୟତ୍ରୀ କାନୁନଗୋ ଓ ରେଟିନା ସର୍ଜନ ଡାକ୍ତର
ସୌରଭ ପ୍ରସାଦ ବେହେରାଙ୍କ ସମେତ ହସ୍ପିଟାଲ ସମସ୍ତ କର୍ମଚାରୀ ଓ ସହଯୋଗୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.