ପଟ୍ଟଶ୍ରୀ ହ୍ୟାଣ୍ଡଲୁମ ଓ ଫ୍ୟାବ୍ରିକେସନ୍‌ର ଅଥେସ୍ଟିକ୍ ଏବଂ ଭିନ୍ନଧରଣ କଲେକ୍ସନର ନୂତନ ଠିକଣା

0 284

ଭୁବନେଶ୍ୱର, 19/10/22 (ପ୍ରତ୍ୟୁଷା ବ୍ୟୁରୋ): ଭାରତ ତଥା ଓଡିଶାର କଳା, ସାହିତ୍ୟ ସଂସ୍କୃତି ପରମ୍ପରା ଆଦି ବିଶ୍ଵର କୋଣ ଅନୁକୋଣର ପରିଚିତ ହୋଇ ପାରନ୍ତି । ତନ୍ମଧ୍ୟରୁ ଓଡିଆ ଚିତ୍ରକଳାର ସ୍ଥାନ ମଧ୍ୟ ସର୍ବାଗ୍ରେ ଅନନ୍ୟ କୃତି ହାସଲ କରିପାରିବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପରମ୍ପରାକୁ ବଜାୟ ରଖିବାକୁ ଯାଇ ଭୁବନେଶ୍ଵର କଳ୍ପନାଛକ ଠାରେ ଆଜି ହ୍ୟାଣ୍ଡଲୁମ ଓ ପ୍ୟାଟ୍ରିକ୍‌ର ଅଥେସ୍ଟିକ୍‌ ଏକ୍ସିକ୍ୟୁଟ୍ କଲେକ୍ସନର ନୂତନ ଠିକଣା ପଟ୍ଟଶ୍ରୀର ଶୁଭ ଉଦ୍‌ଘାଟନ ହୋଇଛି । ଉପକୃତ ଅତିଥିମାନଙ୍କ ଗହଣରେ ଭୁବନେଶ୍ଵର ମ୍ୟୁନସିପାଲଟି ଚେୟାରମ୍ୟାନ ସୁଲୋଚନା ଦାସ ପଟ୍ଟଶ୍ରୀର ଶୁଭ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଭୁବନେଶ୍ବର ୫୫ ୱାର୍ଡର କର୍ପୋରେଟର ନୃପେଶ ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ପଟ୍ଟଶ୍ରୀ ଫ୍ୟାବ୍ରିକ୍‌ର ପ୍ରତିଷ୍ଠାତା ଆଶୁତୋଶ ନନ୍ଦ କହିଛନ୍ତି, ଆମେ ଓଡ଼ିଶାର ସବୁ ନିଖୁଣ କଳାକୁ ଅଧିକରୁ ଅଧିକ ପ୍ରସିଦ୍ଧ କରିବା ପାଇଁ ତାକୁ ଆଧୁନିକତା ସହ ଯୋଡି ତୂଳୀ ଓ ରଙ୍ଗ ମାଧ୍ୟମରେ ଏକ ଅଭିନବ ରୂପ ଦେବା ପାଇଁ ପ୍ରଥମେ “ ଆର୍ଟିସିଆନ” ସଂସ୍ଥା କରିଥିଲୁ । ସେଥିରେ ମୁଖ୍ୟତ କାନ୍‌ସ୍ ପେଣ୍ଟିଂ ଉପରେ ଗୁରୁତ୍ବ ଦେଉଥିଲୁ କିନ୍ତୁ ପରବର୍ତୀ ସମୟରେ ଗ୍ରାହକମାନଙ୍କ ଚାହିଦାକୁ ଲକ୍ଷ୍ୟ ରଖୁ ଫ୍ୟାବ୍ରିକ୍ କାମ କଲୁ , ଯେପରି ମୁଖ୍ୟତଃ ଶାଢୀ, ବେଡ୍ମିଟ୍, କୁସନ୍ କଭର୍, ବେଡ୍ କଭର, ଡ୍ରେସ୍, କୁର୍ତା, ଦୁପଟା ଇତ୍ୟାଦି । ସେଠାରୁ ଏହି ପଟ୍ଟଶ୍ରୀ ଫ୍ୟାବ୍ରିକ୍‌ର ଜନ୍ମ । ପଟ୍ଟଶ୍ରୀ କେବଳଯେ ଏକ ଟ୍ରାଡିସ୍‌ନାଲ୍ ଆର୍ଟ ନୁହେଁ ବରଂ ଏହା ଏକ ଫ୍ୟାସନ୍ ସେଗ୍‌ମେନୁ। ପଟ୍ଟଶ୍ରୀ ଫ୍ୟାଟ୍ରିକ୍‌ରେ ଥିବା ପ୍ରତ୍ୟେକ୍ କଲେକ୍ସନ୍ ଆର୍ଟ ବାସ୍ତବରେ ଗୋଟିଏ ଗୋଟିଏ କାହାଣୀ ରହିଛି । ଯାହାକୁ ଅଭିଜ୍ଞ କଳାକାରମାନେ ନିଖୁଣ ଭାବେ ଆଙ୍କିଥାନ୍ତି । ଗ୍ରାହକମାନଙ୍କ ଆବଶ୍ୟକତାକୁ ଆଖରେ ରଖୁ ଏହି ପଟ୍ଟଚିତ୍ର ସବୁ ଅଙ୍କାଯାଉଛି ।

Leave A Reply

Your email address will not be published.