2047 ସୁଦ୍ଧା ଓଡିଶା ଅଗ୍ନିଶମ ପ୍ରଯୁକ୍ତି କୌଶଳରେ ହେବ ସଶକ୍ତ ।

0 221

ଭୁବନେଶ୍ବର,10/08/22 (ପ୍ରତ୍ୟୁଷା ବ୍ୟୁରୋ) :ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ,ଭୂବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ ହୋଇଯାଇଛି।

ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୨୦୪୭ ସୁଦ୍ଧାଓଡ଼ିଶାରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନ କୈଶଳ ସହ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣର ସୁବିଧା ସମ୍ପନ୍ନ ଭିତ୍ତିଭୂମିର ବିକାଶ ଆବଶ୍ୟକତାକୁ ଜୋର୍ ଦେଇଛନ୍ତି। କାରଣ ବର୍ଧିତ ଜନସଂଖ୍ୟା, ଦୃତ ସହରୀକରଣ ,ଶିଳ୍ପାୟନ ଓ ଆସନ୍ତା ସମୟମାନକଂରେ ପ୍ରତ୍ୟେକ କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜୀବନ ଓ ପ୍ରକୃତିକୁ ଜଟିଳ ପରିସ୍ଥିତିରେ ପକାଇବ।ବର୍ତ୍ତମାନ ଅତି ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ମତ ଦେଇଛନ୍ତି ।

ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରତାପ ଜେନା ବିଗତ ବର୍ଷ ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଗ୍ନିଶମ ଅଧିକାରୀ ମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତାର ଭୂୟସୀ ପ୍ରଶଂସା କରିଥିଲେ।ଓଡ଼ିଶା ସରକାରଙ୍କ ‘ଜିରୋ କାଜୁଆଲିଟି’ ର ପ୍ରତିବଧ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ।ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଉପାଧ୍ୟୟ ଅନ୍ୟ ଶିଳ୍ପାଚଂଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ।ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା ,ରେଳ ଓ ମେଟ୍ରୋ ଅଘଟଣ,ସାମୂଦ୍ରିକ ତୈଳ ବିଛ୍ଛୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀକୁଂ ଉପଦେଶ ଦେଇଥିଲେ।ଅଧିବେଶନରେ ଅଗ୍ନି ,ବିପତ୍ତି ଓ ମଣିଷ ଉପରେ ତାର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା।

ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନଜାଗୃତି ଆବଶ୍ୟକତା ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଇଥିଲା।ଅଧିକାରୀ ମାନେ ଅଗ୍ନି ନିରୋଧ, ପ୍ରତିରୋଧ ଓ ଶମନ ଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଗଂ ଉପସ୍ଥାପନ କରିଥିଲେ। ଶେଷରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରମେଶ ମାଝୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.