ଆସନ୍ତାକାଲିଠୁ ବୟସ୍କଙ୍କୁ ବୁଷ୍ଟର ଡୋଜ

0 171

ନୂଆଦିଲ୍ଲୀ, ୯/୦୪ (ପ୍ରତ୍ୟୁଷା ବ୍ୟୁରୋ) : ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଲାଗିବ କରୋନାର ବୁଷ୍ଟର ଡୋଜ୍‌ । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ବୁଷ୍ଟୋର ଡୋଜ୍‌ ନେଇପାରିବେ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍‌ । ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ୍‌ ନେଇପାରିବେ ।

ଯେଉଁମାନେ ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି ସେମାନେ କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ର ଗୁଡିକରେ ଜାରିରହିଥିବା ଟିକାକରଣ ମାଗଣାରେ ଜାରିରହିବ । ଏହା ସହିତ ସ୍ଵାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ବୁଷ୍ଟର ଡୋଜ୍‌ ଜାରି ରହିବ । ଏଥି ସହିତ ଟିକାକରଣ ଆହୁରି ଦ୍ରୁତଗତିରେ ଜାରିରହିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରିକରାଯାଇଛି ।

Leave A Reply

Your email address will not be published.