କିଟରେ ୬୮ ତମ ଓଡ଼ିଶା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‍ଘାଟତ

0 203

ଭୁବନେଶ୍ୱର, ୯/୪ (ପ୍ରତ୍ୟୁଷା ବ୍ୟୁରୋ): କିଟ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‍ଘାଟିତହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ।ଅପ୍ରେଲ୍‍ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଅନୁଷ୍ଠିତ ହେଇଥିବା ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୦ଟି ଜିଲ୍ଲା,ପରାଦୀପ ବନ୍ଦର, ଓଡିଶା ପୋଷ୍ଟ ଓ ଟେଲିକମ୍‍ ଆଦିରୁ ୨ହଜାରରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ, କୋଚ ଓ ଅଫିସିଆଲ ଯୋଗ ଦେଇଛନ୍ତି ।ସେମାନଙ୍କ ପାଇଁ ରହିବା, ଖାଇବା ତଥା ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କିଟ୍‍ ପକ୍ଷରୁ କରାଯାଇଛି । କିଟ-କିସ ଆଥଲେଟିକ୍‍ ଷ୍ଟାଡିଅମରେ ସମସ୍ତ ପ୍ରତିଯୋଗିତା ଦିବାରାତ୍ର ଅନୁଷ୍ଠିତ ହେବ ।

କିଟ୍‍ ପକ୍ଷରୁ ଦୂତି, ଅମିୟ ଓ ଜଉନାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେଉଥିବା ବେଳେ ରାଜ୍ୟର ବହୁ ପ୍ରତିଭାଧାରୀ ଖେଳାଳି ଏହି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ୍‍ ଓ କିଟ୍‍-କିସ୍‍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କାର୍ଯ୍ୟ କମ୍ର ରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ଓଡ଼ିଶା ଅଲିମ୍ପିକ୍‍ ଆସୋସିଏସନ୍‍ର କୋଷାଧ୍ୟକ୍ଷ ଅଧିପ ଦାସ ଓ ସମ୍ପାଦକ ଅଭିଜିତ ପାଲ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.