ଚମକିଲା ଲିଡିଂ ଏଜ ର ରିୟଲିଟି ସୋ

0 162

ଭୁବନେଶ୍ବର,24/07/22 (ପ୍ରତ୍ୟୁଷା ବ୍ୟୁରୋ):

ଆପଣମାନଙ୍କୁ ସାଦର ସ୍ୱାଗତ । ଓଡିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି ଦ ଲିଡିଙ୍ଗ ଏଜ ଉଦ୍ୟମ ଆରମ୍ଭ କରିଛି । ଏନେଇ ଦ ଲିଡିଙ୍ଗ ଏଜ ପକ୍ଷରୁ ‘କ୍ରିଷ୍ଟଲ କ୍ରାଉନ ପଟିଆ’ରେ ଇଣ୍ଡିଆ ଫ୍ୟାସନ କାର୍ଣ୍ଣିଭାଲ ଆୟୋଜିତ ହୋଇଛି ।

ଆପଣମାନେ ଜାଣି ଖୁସି ହେବେ ଯେ ଏପରି ଏକ ରିଏଲିଟି ଶୋ ରାଜ୍ୟ ତଥା ଦେଶରେ ନୂଆ କରି ଆରମ୍ଭ କରାଯାଇଛି । ଓଡିଶା ହେଉଛି କଳା ସଂସ୍କୃତିର ରାଜ୍ୟ । ଓଡିଶା ସମେତ ଅନେକ ରାଜ୍ୟର କଳା ସଂସ୍କୃତିକୁ ଜାଣିବା ଓ ଜଣାଇବା ଲାଗି ‘ଦ ଲିଡିଙ୍ଗ ଏଜ’ ପକ୍ଷରୁ ଉଦ୍ୟମ କରାଯାଇଛି ।

କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫ୍ୟାସନ କୋରିଓଗ୍ରାଫର ଲୋକେଶ ଶର୍ମା , ର୍ୟାପର ବିଗ୍ ଡିଲ ଏବଂ ବହୁ ଫ୍ୟାସନ ଡିଜାଇନରମାନେ ଯୋଗଦେଇଛନ୍ତି ବୋଲି ଅନୁଷ୍ଠାନର ମୁଖ୍ୟ ମହେଶ ଦାଶ କହିଛନ୍ତି । ସେହିପରି ବିଭିନ୍ନ କଳାକାର, କଳାର ପୁଷ୍ଠପୋଷକ, ଶୁଭେଚ୍ଛୁ ,ବିଧାୟକ ଓ ବହୁ ଦର୍ଶକ କାର୍ଯ୍ୟକ୍ରମରେ ଭାଗନେଇଛନ୍ତି ।


ଲୋକାଲ ଫର ଭୋକାଲ ଅନୁସାରେ ଗାଁ ଗହଳିର ପ୍ରତିଭାକୁ ଖୋଜିବାର ପ୍ରୟାସ ଦ ଲିଡିଙ୍ଗ ଏଜ ପକ୍ଷରୁ କରାଯାଇଛି । ନୂତନ ପ୍ରତିଭାଙ୍କ ଖୋଜିବା ସମେତ ବିଭିନ୍ନ କଳାକୃତିର ପ୍ରଚାର ଏବଂ ପ୍ରସାର କରାଯାଇଛି । ବହୁ ପ୍ରତିଯୋଗିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ପରେ ସାରା ଦେଶରେ ଅନ୍ୟାନ ଶୋ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ସେହିପରି ବିଭିନ୍ନ ରାଜ୍ୟର ସଂସ୍କୃତି ଓ କଳାକୁ ସମସ୍ତଙ୍କ ସହ ପରିଚିତ କରାଇବାକୁ ଚାହୁଛୁ । ସମ୍ବଲପୁରୀ କଳାକୃତି , ଓଡିଶୀ , ଗୋଟିପୁଅ ନୃତ୍ୟ , ପଟ୍ଟଚିତ୍ର ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କାର୍ଣ୍ଣିଭାଲରେ ସାମିଲ କରାଯାଇଛି ।

Leave A Reply

Your email address will not be published.