କେନ୍ଦ୍ର କ୍ୟାବିନେଟର ୨୦୨୪ ସୁଦ୍ଧା ଦେଶରେ ପୃଷ୍ଟିକର ଚାଉଳ ବିତରଣ ନିଷ୍ପତି ପ୍ରସଙ୍ଗ
ଓଡ଼ିଶା ସମେତ ଦେଶରେ ଅପପୃଷ୍ଟିକୁ ନିୟନ୍ତ୍ରଣ
କରିବାରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ
 ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
 ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅଟଳ ଇନୋଭେସନ ମିଶନର ସମ୍ପ୍ରସାରଣ ଛାତ୍ରଛାତ୍ରୀଙ୍କୁ ନବସୃଜନ
ପ୍ରତି ପ୍ରୋତ୍ସାହିତ କରିବ

0 202

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୦୯ (ପ୍ରତ୍ୟୁଷା ବ୍ୟୁରୋ) – ୨୦୨୪ ସୁଦ୍ଧା ଦେଶରେ ପୃଷ୍ଟିକର ଚାଉଳ ବିତରଣ
କରିବା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତି ସ୍ୱାଗତଯୋଗ୍ୟ ଏବଂ ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶରେ
ଅପପୃଷ୍ଟିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କ୍ୟାବିନେଟର ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ
କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନଏଫଏସଏ), ସମନ୍ୱିତ ଶିଶୁ ବିକାଶ
ଯୋଜନା(ଆଇସିଡ଼ିଏସ), ପିଏମ ପୋଷଣ ଏବଂ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ
ଯୋଜନା ଗୁଡ଼ିକରେ ଏହି ପୃଷ୍ଟିଯୁକ୍ତ ଚାଉଳ ବଂଟନ କରାଯିବ । ଏଥିପାଇଁ ଭାରତ ସରକାର ସମସ୍ତ ଅର୍ଥ
ତଥା ବାର୍ଷିକ ପ୍ରାୟ ୨ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ମହିଳା ଏବଂ ଶିଶୁଙ୍କ
ସ୍ୱାସ୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବା ତଥା ଏକ ସୁସ୍ଥ ଭାରତ ସୁନିଶ୍ଚିତ କରିବା ଦିଗରେ
ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତା ରହିଛି ବୋଲି ସେ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ୨ ହଜାର କୋଟି ଟଙ୍କା ବ୍ୟୟରେ ଅଟଳ ଇନୋଭେସନ ମିଶନକୁ
୨୦୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଶିକ୍ଷାନୁଷ୍ଠାନରେ ୧୦
ହଜାର ଅଟଳ ଟିଙ୍କରିଂ ଲ୍ୟାବ, ୧୦୧ ଅଟଳ ଇନକୁବେସନ ସେଂଟର, ୫୦ ଅଟଳ କମ୍ୟୁନିଟି
ଇନୋଭେସନ ସେଂଟର ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଅଟଳ ନ୍ୟୁ ଇଣ୍ଡିଆ
ଚ୍ୟାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାଟଅପକୁ ସହଯୋଗ କରାଯିବାର ଯୋଜନା ରହିଛି । ଏହି ପଦକ୍ଷେପ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ଓ ନବସୃଜନର ଭାବନାକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍
କରିଛନ୍ତି ।

Leave A Reply

Your email address will not be published.