ଭୁବନେଶ୍ୱର : ୨୨ /୯/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )କଳାମନ୍ଦିରର ମ୍ୟାନେଜିଂ ପାର୍ଟନର ରାଜିନ୍ଦର ସିଂଙ୍କୁ ଶା ଢ଼ୀ,ପୋଷାକ ଓ ଫ୍ୟାସନ୍ଆସେସରିଜ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ପ୍ରତିଷ୍ଠିତ “ଟାଇମ୍ସ ଆଇକନ୍ଅଫ୍ ଓଡିଶା-୨୦୨୬” ପୁରସ୍କାରରେ ସମ୍ମାନିତ କରାଯାଇଛି । ହୋଟେଲ୍ ମେ ଫେୟାର କନ୍ଭେନ୍ସନ୍ଠାରେଆୟୋଜିତ ସମାରୋହରେ ଓଡିଶାର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟି ଶ୍ରୀ ସିଂଙ୍କୁ ଏହିପୁରସ୍କାର ପ୍ରଦାନ କରିଥିଲେ।ଶ୍ରୀ ସିଂ ଦୁରଦୃଷ୍ଟି, ଆକାଂକ୍ଷା ଓ ନୂତନ କିଛି କରିବାର ଲକ୍ଷ୍ୟ ନେଇ ୧୯୭୭ ମସିହାରେ ଏକ ଛୋଟୟୁନିଟ୍ରୁ କଳାମନ୍ଦିରର ଯାତ୍ରା ଆରମ୍ଭ କରିଥିଲେ । ପରେ ତାଙ୍କ ଦୁଇ ଭାଇଙ୍କ ସହଯୋଗରେ ବ୍ୟବସାୟକୁବିସ୍ତାର କରି ଏହାକୁ ଏକ ପ୍ରତିଷ୍ଠିତ ରିଟେଲ୍ ବ୍ରାଣ୍ଡ୍ରେ ପରିଣତ କରିଛନ୍ତି।ବିଶ୍ଵାସ, ସ୍ଵଚ୍ଛତା ଓ ନ୍ୟାୟସଙ୍ଗତ ବ୍ୟବସାୟିକ କାରବାର କଳାମନ୍ଦିରର ସଫଳତାର ମୂଳ ଆଧାର। ଆଜିକଳାମନ୍ଦିର ସାଢୀ ଓ ରେଡିମେଡ୍ ପୋଷାକ ବିଭାଗର ୮ଟି ଭିନ୍ନ ଭିନ୍ନ ଆଉଟ୍ଲେଟ୍ ରହିଛି । ଏହି ସମ୍ମାନତାଙ୍କ ଦୀର୍ଘ ବ୍ୟବସାୟିକ ଯାତ୍ରା, ପରିଶ୍ରମ, ପାରିଶ୍ରମିକ ମୂଲ୍ୟବୋଧ ଓ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତାର ଏକସ୍ବୀକୃତି ।