ଭୂବନେଶ୍ବର ,୨୧/୯/୨୦୨୬( ପି ଏନ୍ ଏସ ): ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ଏଚଏଓ)ର ନିର୍ବାଚନ ତଦାରଖ କରିବା ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି । ଅନେକ ଜିଲ୍ଲା ୟୁନିଟ୍ର ଗଠନ ଓ ପ୍ରଶାସନିକ ପରିଚାଳନା ସମ୍ପର୍କିତ ଗୁରୁତର ପ୍ରଶ୍ନଉପରେ ସେ ହକି ଇଣ୍ଡିଆ ଠାରୁ ଜାଣିବାକୁ ଚାହିଁଛନ୍ତି ।ହକି ଇଣ୍ଡିଆର ସଭାପତି ଓ ସାଧାରଣ ସମ୍ପାଦକଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ରିପୋର୍ଟରେ, ନିର୍ବାଚନ ଅଧିକାରୀଅଞ୍ଜନୀ କୁମାର ମିଶ୍ର, ଆଇଏଏସ (ଅବସରପ୍ରାପ୍ତ), ପ୍ରଶ୍ନ ଉଠାଇଛନ୍ତି ଯେ ଅନେକ ସ୍ଥାୟୀ ଅନୁବନ୍ଧିତ ଜିଲ୍ଲା ୟୁନିଟ୍ରପରିଚାଳନା କମିଟିଗୁଡ଼ିକ ଯଥାବିଧ୍, ନିରପେକ୍ଷ ଓ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ଗଠିତ ହୋଇଛି କି ନାହିଁ ।ରିପୋର୍ଟରେ ଦର୍ଶାଯାଇଛି ଯେ ଅନେକ ଜିଲ୍ଲାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁସଭାପତି କିମ୍ବା ସମ୍ପାଦକ ଭାବେ ଦର୍ଶାଯାଇଛି । କେତେକ କ୍ଷେତ୍ରରେ ସେମାନଙ୍କୁ “ପଦାନୁସାରେ” ପଦାଧିକାରୀ ଭାବେଦର୍ଶାଯାଇଛି । ଅନେକ ମାମଲାରେ ନିର୍ବାଚନ କାର୍ଯ୍ୟବିବରଣୀ ଓ ସହାୟକ ଦସ୍ତାବିଜ ଦାଖଲ କରାଯାଇନଥିବା କଥା ମଧ୍ୟରିପୋର୍ଟରେ ଉଲ୍ଲେଖ ରହିଛି ।ଏହାସହ ନିର୍ବାଚନ ଅଧିକାରୀ କହିଛନ୍ତି ଯେ “ବର୍ତ୍ତମାନ ପ୍ରାପ୍ତ ଦସ୍ତାବିଜଗୁଡ଼ିକ ଏହା ପ୍ରମାଣିତ କରୁନାହିଁ” ଯେ ଅନେକ ଜିଲ୍ଲାୟୁନିଟ୍ର ପରିଚାଳନା କମିଟିଗୁଡ଼ିକ ପ୍ରଯୁଜ୍ୟ ନିୟମାବଳୀ ଅନୁଯାୟୀ ଯଥାବିଧ୍ ଅନୁଷ୍ଠିତ ନିର୍ବାଚନ ମାଧ୍ୟମରେ ଗଠିତ ହୋଇଛି|ଏହା ପରେ ରିପୋର୍ଟରେ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ଏକ ସିଧାସଳଖ ପ୍ରଶ୍ନ ଉଠାଯାଇଛି । ଏଥରେ ପଚରାଯାଇଛି ଯେଏପରି ପଦାଧ୍ୟାକାରୀମାନଙ୍କ ଦ୍ବାରା ମନୋନୀତ କିମ୍ଵା ଅଧିକୃତ ପ୍ରତିନିଧୁମାନଙ୍କୁ ସେମାନଙ୍କ ନିଯୁକ୍ତିର ଆଇନଗତ ଓପ୍ରଶାସନିକ ଆଧାର ପ୍ରଥମେ ସ୍ଥାପିତ ନକରି ଚୂଡ଼ାନ୍ତ ନିର୍ବାଚନୀ ତାଲିକାରେ ସାମିଲ କରାଯାଇପାରିବ କି ନାହିଁ ।ନିର୍ବାଚନ ଅଧିକାରୀ ବିଶେଷ ଭାବ ଜାଣିବାକୁ ଚାହିଁଛନ୍ତି ।ଏହି ଘଟଣାକ୍ରମ ରାଜ୍ୟରେ ଜିଲ୍ଲା ୟୁନିଟ୍ଗୁଡ଼ିକର ଗଠନ ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ହକି ଓଡ଼ିଶା ପକ୍ଷରୁ ବାରମ୍ବାରଉଠାଯାଇଥିବା ଚିନ୍ତାକୁ ଆହୁରି ଗୁରୁତ୍ଵ ଦେଇଛି ।ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ କହିଛନ୍ତି, “ଆମେ ଦୀର୍ଘ ସମୟ ଧରି ଯାହା କହିଆସୁଛୁ, ଏହା ତାହାକୁସତ୍ୟ ପ୍ରମାଣିତ କରୁଛି। ଜିଲ୍ଲା ୟୁନିଟ୍ଗୁଡ଼ିକ କେଉଁ ପ୍ରକାରରେ ଗଠିତ ହୋଇଛି ଏବଂ ନିର୍ବାଚନ ପ୍ରକ୍ରିୟା କିପରି ଚାଲିଛି, ସେନେଇ ଆମେ ବାରମ୍ବାର ପ୍ରଶ୍ନ ଉଠାଇଛୁ। ଆମକୁ କୁହାଯାଇଥିଲା ଯେ ଏହି ଚିନ୍ତାଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତକିମ୍ବା ଏହାର କୌଣସି ଆଧାର ନାହିଁ। ଆଜି, ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ମଧ୍ୟ ଏହିପରିଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଏବଂ ସ୍ପଷ୍ଟ ଭାବେ କହିଛନ୍ତି ଯେ ସ୍ପଷ୍ଟତା ଓ ମାର୍ଗଦର୍ଶନ ବିନା ନିର୍ବାଚନ ଆଗକୁ ବଢ଼ିପାରିବନାହିଁ ।”ଶ୍ରୀ ଶତପଥୀ କହିଛନ୍ତି ଯେ ରିପୋର୍ଟ ଏହି ପ୍ରସଙ୍ଗକୁ ପ୍ରତିଦ୍ବନ୍ଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଚାଲିଥିବା ପରସ୍ପର ବିରୋଧୀ ଦାବିରସୀମା ବାହାରକୁ ନେଇଯାଇଛି |ସେ କହିଛନ୍ତି, “ଯେତେବେଳେ ଜଣେ ନିର୍ବାଚନ ଅଧିକାରୀ ଔପଚାରିକ ଭାବେ ରେକର୍ଡ କରୁଛନ୍ତି ଯେ ଅନେକ ଜିଲ୍ଲାପରିଚାଳନା କମିଟି ଯଥାବିଧୂ ଗଠିତ ହୋଇଛି କି ନାହିଁ, ତାହା ଦସ୍ତାବିଜଗୁଡ଼ିକରୁ ସ୍ପଷ୍ଟ ହେଉନାହିଁ, ଏବଂ ଏହା ପରେ ସେହିକମିଟିଗୁଡ଼ିକ ଦ୍ବାରା ଅସ୍ଵୀକୃତ ପ୍ରତିନିଧୂମାନେ ନିର୍ବାଚନୀ ତାଲିକାରେ ସାମିଲ ହୋଇପାରିବେ କି ନାହିଁ ବୋଲି ପ୍ରଶ୍ନଉଠାଯାଉଛି, ତେବେ ଏହାକୁ କେବଳ ଅଣଦେଖା କରିଦିଆଯାଇପାରିବ ନାହିଁ। ବର୍ତ୍ତମାନ ସମଗ୍ର ପ୍ରକ୍ରିୟାର ଏକ ସ୍ୱଚ୍ଛ ଯାଞ୍ଚହେବା ଆବଶ୍ୟକ ।”ହକି ଓଡ଼ିଶା କହିଛି ଯେ ଏହା ଏକ ସ୍ବଚ୍ଛ ଓ ଆଇନସମ୍ମତ ନିର୍ବାଚନ ପ୍ରକ୍ରିୟା ପାଇଁ ନିଜର ଦାବି ଜାରି ରଖିବୁ। ଏଥି ସହିତ,ଆଗାମୀ ନିର୍ବାଚନ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟରେ ଉଠାଯାଇଥିବା ଚିନ୍ତା ଗୁଡ଼ିକରସମାଧାନ କରିବା ପାଇଁ ହକି ଇଣ୍ଡିଆକୁ ଅନୁରୋଧ କରିଛି ।