ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ କିଟ ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

0 38

ଭୁବନେଶ୍ୱର, ୧୫ ।୯: ( ପ୍ରତ୍ୟୁଷା ବ୍ୟୁରୋ )ମହାରାଷ୍ଟ୍ରର ବାଣିଜ୍ୟ ନଗରୀ ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମଧାମରେ ଆୟୋଜନ କରାଯାଇଥାଏ।ବିଶେଷକରି ଦେଶର ସବୁଠାରୁ ବଡ଼ ଧନୀ ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଣେଶ ପୂଜନ ସମାରୋହରେ ଯୋଗଦେବା ପାଇଁଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷାକରିଗତକାଲି ଗଣେଶ ଚତୁର୍ଥୀ ଦିନ ଶ୍ରୀ ସାମନ୍ତ ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ଘରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେଯୋଗଦେବା ସହ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟଙ୍କ ସହଶ୍ରୀ ସାମନ୍ତ ମିଶିଥିଲେ । ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ଶ୍ରୀ ସାମନ୍ତଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ସର୍ବସମ୍ମୁଖରେ ଶ୍ରୀସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ତାରକା ଓ ବିଶିଷ୍ଟ ବ୍ୟକ୍ତିତ୍ଵଯୋଗଦେଇଥିଲେ ।

Leave A Reply

Your email address will not be published.