ଭୁବନେଶ୍ୱର, 27.07.26,( ପି ଏନ ଏସ ) :ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଶେଷରେ ଜିତିଛନ୍ତି ଇଣ୍ଡିଆନ ଆଇଡଲ ସିଜିନ ୧୬। ଏହି ଖବର ଆସିବା ପରେ ତାଙ୍କ ନିକଟକୁ ଦେଶରୁ ବିଶେଷ କରି ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି।ସେ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଚମ୍ପିୟାନ ହୋଇଛନ୍ତି। ଉଲ୍ଲେଖ ଯେ ଜ୍ୟୋତିର୍ମୟୀ ହେଉଛନ୍ତି ବାଲେଶ୍ୱରର ଝିଅ ଏବଂ ଭୁବନେଶ୍ୱର କିଟର ଛାତ୍ରୀ।