ସୁଶାନ୍ତ ସିଂ ଙ୍କ ପରଲୋକ

0 76

ଭୁବନେଶ୍ୱର,27.07.26 ( ପ୍ରତ୍ୟୁଷା ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଟାଣୁଆ ଯୁବ ନେତା, ବିଜେଡିର ସଂଗଠକ ସୁଶାନ୍ତ ସିଂଙ୍କ ପରଲୋକ ହୋଇଯାଇଛି। ଗତ ରାତି ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତର ଖାନାରେ ତାଙ୍କର ମାତ୍ର ୫୩ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ପ୍ରାୟ ବର୍ଷେ ଧରି ସେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ରାଜନୈତିକ ମହଲରେ ଶୋକ ଛାୟା ଖେଳାଇଦେଇଛି। ବିଶେଷ କରି ପଶ୍ଚିମ ଓଡିଶା ତାଙ୍କ ନିର୍ବାଚନ ମଣ୍ଡଳୀ ଭଟଲି ଜଣେ ଟାଣୁଆ ନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛି।

Leave A Reply

Your email address will not be published.