ଦଳବଳ ସହିତ ପଦ୍ମ ଧରିଲେ ପ୍ରଭାତ ବିଶ୍ୱାଳ

0 39

ଭୁବନେଶ୍ୱର, 12.07.26 ( ପ୍ରତ୍ୟୁଷା ବ୍ୟୁରୋ ) : କଟକ – ଚୌଦ୍ୱାରର ପୂର୍ବତନ ବିଧାୟକ ତଥା କଟକ ବିଜେଡିର ଟାଣୁଆ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ରବିବାର ଅପରାହ୍ନରେ ନିଜ ଦଳ ବଳ ସହିତ ବିଜେପିରେ ମିଶିଛନ୍ତି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରଭାତଙ୍କୁ ଦଳର ଉତ୍ତରୀୟ ଓ ଦଳୀୟ ଚି଼ହ୍ନ ଥିବା ଟୋପି ଦେଇ ଦଳରେ ଗ୍ରହଣ କରିଥିଲେ। ଏହି ମିଶ୍ରଣ ପର୍ବରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ।ଏହା ବ୍ୟତୀତ କଟକ ଜିଲ୍ଲା ବିଜେଡିର ବହୁ କର୍ମୀ ଓ ପୂର୍ଵ କର୍ପୋରେଟର ଏବଂ ନେତା ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ

Leave A Reply

Your email address will not be published.