ଭୁବନେଶ୍ୱର, 12.07.26 ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟ ସଭା ସାଂସଦ ସଂତୃପ୍ତ ମିଶ୍ର ଭୁବନେଶ୍ୱର ସାମ୍ବାଦିକ ମାନଙ୍କ ସହ ମତ ବିନିମୟ କରିଛନ୍ତି। ସାଂସଦ ଭାବେ ନିର୍ବାଚିତ ହେବା ପରେ ସାମ୍ବାଦିକ ମାନଙ୍କ ସହ ଏହା ତାଙ୍କ ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଥିଲା। ନୂଆ ଦିଲ୍ଲୀରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ଅବସରରେ ସେ ରାଜ୍ୟର କ’ଣ ସବୁ ସମସ୍ୟା ରହିଛି ତାହା ସାମ୍ବାଦିକଙ୍କ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ବୋଲି ଏହି କାର୍ଯ୍ୟକ୍ରମରେ କହିଥିଲେ। ସେ କହିଲେ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ପାର୍ଲାମେଣ୍ଟ ରେ ଉଠେଇବାକୁ ପ୍ରୟାସ କରିବେ। ନିଜେ କୌଣସି ପ୍ରସଙ୍ଗ ଏହି କାର୍ଯ୍ୟକ୍ରମରେ କହିନଥିଲେ। ରାଜ୍ୟବାସୀଙ୍କ କେଉଁ ମହତଆକାଂକ୍ଷା ଓ ରାଜନୀତିରେ ପ୍ରବେଶ କରୁ କରୁ ସାଂସଦ ପଦ ପାଇଥିବାରୁ ଆପଣ କେଉଁ ସୁଖଦ ଅନୁଭୂତି ଲାଭ କରିଛନ୍ତି ପ୍ରଶ୍ନ ହେବାରୁ ଏହାକୁ ଏଡାଇ ଯାଇଥିଲେ। ସେ କେବଳ ଶୁଣିବେ ବୋଲି କହିଥିଲେ। ପରେ ସେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଦେଶ ଓ ରାଜ୍ୟ ସମସ୍ୟା ଶୁଣିଥିଲେ।