ଭୁବନେଶ୍ବର,22.06.26 ( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ।