ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

0 14

ଭୁବନେଶ୍ୱର, 29.04.26 ( ପ୍ରତ୍ୟୁଷା ବ୍ୟୁରୋ ): ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଦିନ ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟି ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି।ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଉପରେ ଆଲୋଚନା କରିବା ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶାସନ ଏବଂ ନିଷ୍ପତ୍ତି ଗ୍ରହଣରେ ମହିଳାମାନଙ୍କ ଭୂମିକାକୁ ସୁଦୃଢ଼ ​​କରିବା। ସାକ୍ଷାତ ସମୟରେ ମନ୍ତ୍ରୀ ରାଜ୍ୟପାଳଙ୍କୁ ଗୃହରେ ଆଲୋଚନା ପାଇଁ ପ୍ରସ୍ତାବିତ ପ୍ରମୁଖ ବିଷୟବସ୍ତୁ ସଂପର୍କରେ ଅବଗତ କରାଇଥିଲେ।ରାଜ୍ୟପାଳ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଆଲୋଚନା ଅର୍ଥପୂର୍ଣ୍ଣ ଏବଂ ଫଲାଫଳ ଆଧାରିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧିର ଗୁରୁତ୍ୱ ଉପରେ ମଧ୍ୟ ରାଜ୍ଯପାଳ ଆଲୋକପାତ କରିଥିଲେ।ରାଜ୍ୟପାଳ ଏହି ସ୍ୱତନ୍ତ୍ର ଅଧିବେଶନର ସୁପରିଚାଳନା ଏବଂ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ।

Leave A Reply

Your email address will not be published.