ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା ।
ଭୁବନେଶ୍ୱର, 24.04.26.( ପ୍ରତ୍ୟୁଷା ବ୍ୟୁରୋ) : ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ ଭାଲ୍ୟୁ ଫ୍ୟାଶନ ରିଟେଲ ଚେନ୍, ଷ୍ଟାଇଲ ବଜାର ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ବିନ୍ଦୁସାଗର ସହ ଏକ ସ୍ୱତନ୍ତ୍ର ସହଭାଗିତା ଘୋଷଣା କରାଯାଇଛି । ଏନେଇ ଏପ୍ରିଲ ୨୪ ତାରିଖ ୨୦୨୬ରେ ଭୁବନେଶ୍ୱରସ୍ଥିତ ଷ୍ଟାଇଲ ବାଜାର ଷ୍ଟୋରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏଥିରେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କ ସମେତ ଫିଲ୍ମର କ୍ରିୟୁ ଟିମ୍ ଯୋଗ ଦେଇଥିଲେ ।ଏହି ଅବସରରେ ଷ୍ଟାଇଲ ବଜାର୍ର ସହପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ର୍ରେୟାନ୍ସ ସୁରାନା କହିଛନ୍ତି, “ଷ୍ଟାଇଲ ବଜାରରେ ଆମେ ସେବା ପ୍ରଦାନ କରୁଥିବା ଅଂଚଳଗୁଡିକର ଉତ୍ସାହକୁ ପାଳନ କରିବାରେ ବିଶ୍ୱାସ ରଖିଥାଉ । ବିନ୍ଦୁସାଗର ଫିଲ୍ମ ସହ ଆମର ସହଭାଗିତା ସ୍ଥାନୀୟ ସଂସ୍କୃତି ସହ ଜଡିତ ରହିବା ସହ ଆମର ଗ୍ରାହକଙ୍କ ପାଇଁ ଆଧୁନିକ ଅନୁଭୂତି ସୃଷ୍ଟି କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ପଦକ୍ଷେପ ଆମକୁ ଫ୍ୟାଶନ, ସଂସ୍କୃତି ଓ ସିନେମାକୁ ଗୋଟିଏ ଅର୍ଥପୂର୍ଣ୍ଣ ଓ ନିୟୋଜିତ ମାଧ୍ୟମରେ ଏକତ୍ରିତ କରିବା ପାଇଁ ଅନୁମତି ଦେଇଛି ।” ସ୍ଥାନୀୟ ଦର୍ଶକଙ୍କ ସହ ଗଭୀର ଭାବେ ପ୍ରତିଧ୍ୱନିତ୍ୱ କରୁଥିବା ଦୁଇଟି ଶକ୍ତିଶାଳୀ ମାଧ୍ୟମ ସିନେମା ଓ ଫ୍ୟାଶନକୁ ସହଜରେ ଏକତ୍ରିତ କରି ଏହି ସହଭାଗିତା ଓଡିଶାର ସାଂସ୍କୃତିକ ପରିଚୟ ସହ ଗଭୀର ଭାବେ ଜଡିତ ରହିଛି । ଏହି ପଦକ୍ଷେପ ଅର୍ଥପୂର୍ଣ୍ଣ, ଆଧୁନିକ ରିଟେଲ ଅନୁଭୂତି ସୃଷ୍ଟି କରିବା ସହିତ ଆଂଚଳିକ ପରମ୍ପରା ସହ ଜଡିତ ହେବା ପାଇଁ ଷ୍ଟାଇଲ ବାଜାରର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।ଏହି ସହଭାଗିତା ମାଧ୍ୟମରେ ଷ୍ଟାଇଲ ବଜାର ଲୋକପ୍ରିୟ ଆଂଚଳିକ ସିନେମାକୁ ପ୍ରତିଦିନର ସପିଂ ଅନୁଭୂତିର ନିକଟତର କରି ଉପଭୋକ୍ତାଙ୍କ ସମ୍ପୃକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ ଏକ ଯୁବ-କେନ୍ଦ୍ରିତ ରିଟେଲ ଗନ୍ତବ୍ୟସ୍ଥଳୀ ଭାବେ ବ୍ରାଣ୍ଡର ସ୍ଥିତିକୁ ଅଧିକ ସୁଦୃଢ କରିଛି ଯାହା ବିକଶିତ ଆକାଂକ୍ଷାକୁ ଧାରଣ କରିବା ସହ ସ୍ଥାନୀୟ ସଂସ୍କୃତିକୁ ପାଳନ କରୁଛି । ଷ୍ଟାଇଲ ବଜାର ପକ୍ଷରୁ ବିନ୍ଦୁସାଗର ଫିଲ୍ମର ଗୀତ ‘ଦ ଓଡିଆ ଆନ୍ଥେମ’କୁ ପୁନଃପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଫିଲ୍ମର ମୁଖ୍ୟ କଳାକାରମାନେ ଅଭିନୟ କରିଛନ୍ତି । ଏହି ଭିଡିଓକୁ ଓଡିଶାର ହିପ୍ହପ ଷ୍ଟାର ଓ ଜଗନ୍ନାଥ ଧାମ, ପୁରୀର ଆଡିକ୍ସନ ବା ଆଦର୍ଶ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତ ଓ ଭିଡିଓ ଓଡିଶାର ସଂସ୍କୃତି,ଐତିହ୍ୟ, ଚଳଚିତ୍ରର ବିଷୟବସ୍ତୁ ଓ ଷ୍ଟାଇଲ ବାଜାରର ଦୃଷ୍ଟିକୋଣର ଏକ ମିଶ୍ରଣକୁ ପ୍ରଦର୍ଶିତ କରିଛି ।