କଟକରେ ବହୁ ପ୍ରତିକ୍ଷିତ ବାରବାଟୀ ଡାଇଗ୍ନୋଷ୍ଟିକ ସେଂଟର ଉଦ୍‌ଘାଟିତ

0 201

କଟକ , ୨୫/୬ (ପ୍ରତ୍ୟୁଷl ବ୍ୟୁରୋ):- ଇତି ମଧ୍ୟରେ ଜୋବ୍ରାଠାରେ ଅତ୍ୟାଧୁନିକ ବାରବାଟୀ ଡାଇଗ୍ନୋଷ୍ଟିକ୍ ସେଂଟରର ଉଦଘାଟନ ହୋଇ ଯାଇଛି । ଏହା କେବଳ କଟକ ବୋଲି ନୁହେଁ, ରାଜ୍ୟବାସୀଙ୍କର ବହୁଦିନରୁ ଏକ ମଲ୍ଟି ସ୍ପେଶାଲିଷ୍ଟ କ୍ଲିନିକ୍ ତଥା ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଂଟର ପାଇଁ ଥିବା ଆବଶ୍ୟକତାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି । କେନ୍ଦ୍ରକୁ ବାରବାଟୀ-କଟକର ବିଧାୟକ ଇଂ ମୋହମ୍ମଦ ମୋକ୍କିମ ନିଜ କରକମଳରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ତଥା ସିନର୍ଜୀ ଗ୍ରୁପର ଚେୟାରମ୍ୟାନ ଶ୍ରୀ ବିନୋଦ ଦାସ ଆଦି ଉପସ୍ଥିତ ଥିଲେ । ଉତ୍ସବରେ ବାରବାଟୀ ଡାଇଗ୍ନୋଷ୍ଟିକ୍ସ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡାକ୍ତର ଉପେନ୍ଦ୍ର ନାଥ ଉପାଧ୍ୟାୟ, ଏମଡି, ରେଡିଓଲୋଜୀ ସଭାପତିତ୍ୱ କରିଥିଲେ । ସେଂଟର ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଏକ ଉଚ୍ଚ-ପ୍ରଯୁକ୍ତି ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଓ ଡାଇଗ୍ନୋଷ୍ଟିକ କେନ୍ଦ୍ର ଯାହାକି କେବଳ କଟକ ବୋଲି ନୁହେଁ ସାରା ରାଜ୍ୟର ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ଏମଆରଆଇ, ମଲ୍ଟିଡିଟେକ୍ଟର ସିଟୀ ସ୍କାନ, ଅଲଟ୍ରା୍‌ସାଉଣ୍ଡ,ଏଣ୍ଡୋସ୍କପି ଏବଂ ଇମେଜ ଗାଇଡେଡ୍ ଥେରାପ୍ୟୁଟିକ୍ସର ସେବା ସମୟ ମୁତାବକ ସହଜ ତଥା ସ୍ୱଳ୍ପମୂଲ୍ୟରେ ଯୋଗାଇ ଦେଇ ପାରିବ । କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ବରିଷ୍ଠ ରେଡିଓଲୋଜିଷ୍ଟ୍ ଏବଂ ପାଥୋଲୋଜିଷ୍ଟ ମାନେ ରହିଛନ୍ତି ଯେଉଁମାନେ କେବଳ ଦେଶ ଭିତରେ ବୋଲି ନୁହେଁ ଦେଶ ବାହାରେ ଥିବା ବହୁ ପ୍ରତିଷ୍ଠିତ କେନ୍ଦ୍ରରୁ ପ୍ରଶିକ୍ଷଣ ପ୍ରାପ୍ତ ବିଶେଷଜ୍ଞ ଅଟନ୍ତି । ଏହି କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ବିଶେଷଜ୍ଞ ପ୍ରଫେସର ଡାକ୍ତର ୟୁୁ ଏନ ଉପାଧ୍ୟାୟ, ଏମବିବିଏସ, ଏମଡି, ରେଡିଓଲୋଜିଙ୍କ ଠାରୁ ସଠିକ୍ ପରାମର୍ଶ ପାଇ ପାରିବେ । ସେହିପରି ଡାକ୍ତର ସନ୍ଦିପ ଦାସ, ଏମବିବିଏସ, ରେଡିଓଲୋଜୀ, ଯିଏକି ଜଣେ ପରାମର୍ଶଦାତା ରେଡିଓଲୋଜିଷ୍ଟ ଅଟନ୍ତି, ତଥା ଡାକ୍ତର ଦୀପକ ଦାସ, ଫେଲୋସିପ ଭେସକୁଲାର ଆଣ୍ଡ ଇଂଟରଭେନସନାଲ ରେଡିଓଲୋଜୀ (ଏଫଆଇଭିଆର୍‌) ଏକ୍ସ ଏସଆର, ନୂଆଦିଲ୍ଲୀ, ଟିଏମଏଚ୍‌, ମୁମ୍ବାଇ, (କେଇଏମ ମୁମ୍ବାଇ ପ୍ରଶିକ୍ଷିତ)ଙ୍କ ଠାରୁ ପରାମର୍ଶ ମଧ୍ୟ ମିଳି ପାରିବ । ଏହି କେନ୍ଦ୍ରରେ ଇଂଟରଭେନସନାଲ ରେଡିଓଲୋଜୀ, କାର୍ଡିଓଲୋଜୀ, ୟୁରୋଲୋଜୀ, ଅଙ୍କୋସର୍ଜରୀ, ପଲମୋନୋଲୋଜୀ ସେବା ଓ ମେଡିସିନ୍ ମଧ୍ୟ ଉପଲବ୍ଧ ହେବ ।

Leave A Reply

Your email address will not be published.