ଭୁବନେଶ୍ୱର, 20.04.26 ( ପ୍ରତ୍ୟୁଷା ବ୍ୟୁରୋ ) : ଓପୋ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଓପୋ ଏଫ୍୩୩ ସିରିଜର ବଜାର ପ୍ରବେଶ କରାଯାଇଛି ଯେଉଁଥିରେ ଓପୋ ଏଫ୍୩୩ ପ୍ରୋ ୫ଜି ଓ ଓପୋ ଏଫ୍୩୩ ୫ଜି ସ୍ମାର୍ଟଫୋନ ଅନ୍ତର୍ଭୁକ୍ତ ରହିଛି । ଏଫ୍୩୩ ସିରିଜରେ ସେଗମେଂଟର ସର୍ବୋତମ ୧୦୦ଂ ଫିଲ୍ଡ ଅଫ୍ ଭ୍ୟୁ ସହ ୫୦ଏମ୍ପି ଅଲ୍ଟ୍ରା ୱାଇଡ ସେଲ୍ଫି କ୍ୟାମେରା, ୧୨୦ଏଚଜେଡ ସ୍ମାର୍ଟ ଆଡାପ୍ଟିଭ ରିଫ୍ରେଶ ରେଟ ସହ ୬.୫୭ ଇଂଚ ଫ୍ଲାଟ ଆମୋଲେଡ ଡିସ୍ପ୍ଲେ, ୧୪୦୦ ନିଟ୍ସ ପର୍ଯ୍ୟନ୍ତ ଲୋକାଲ ପିକ୍ ବ୍ରାଇଟନେସ୍, ୯୩.୫% ସ୍କ୍ରିନ-ଟୁ-ବଡି ରେସିଓ, ୧.୭ ଏମଏମ ଅଲ୍ଟ୍ରା-ଥିନ ବେଜେଲ,ଏଜିସି ଡିଟି-ଷ୍ଟାର ଡି+ ସ୍କ୍ରିନ ପ୍ରୋଟେକ୍ସନ, ଆଇପି୬୯କେ ଡ୍ୟୁରାବିଲିଟି, ବୃହତ ୭୦୦୦ ଏମଏଏଚ ବ୍ୟାଟେରୀ, କଲରଓଏସ ୧୬ ଓ ୫ଜି++ କନେକ୍ଟିଭିଟି ଭଳି ଫିଚର ରହିଛି । ଓପୋ ଏଫ୍୩୩ ପ୍ରୋ ଏପ୍ରିଲ ୨୩ ତାରିଖ ୨୦୨୬ରୁ ଅଫ୍ଲାଇନ ଷ୍ଟୋର, ଓପୋ ଇ ଷ୍ଟୋର, ଫ୍ଲିପକାର୍ଟ ଓ ଆମାଜନରେ ଉପଲବ୍ଧ ହେବ ଏବଂ ଏଫ୍୩୩ ମଡେଲ ଏପ୍ରିଲ ୨୯ ତାରିଖ ୨୦୨୬ରୁ ଉପଲବ୍ଧ ହେବ । ଗ୍ରାହକମାନେ ପ୍ରି-ବୁକ ଓ ପ୍ରଥମ ଦିନର ସେଲ୍ ସମୟରେ ବ୍ୟାଙ୍କ ରିହାତି କିମ୍ବା ଏକ୍ସଚେଞ୍ଜ ବୋନସ୍ ପାଇପାରିବେ ।ଏହି ଶୁଭାରମ୍ଭ ସମ୍ପର୍କରେ ଓପୋ ଇଣ୍ଡିଆର କମ୍ୟୁନିକେଶନ୍ସ ବିଭାଗର ମୁଖ୍ୟ ଗୋଲ୍ଡି ପଟ୍ଟନାୟକ କହିଛନ୍ତି, “ଏଫ୍ ସିରିଜ ଡ୍ୟୁରାବୁଲ ଚାମ୍ପିଅନ ଭାବେ ନିଜର ପ୍ରତିଷ୍ଠା ଅର୍ଜନ କରିଛି, ଏକ ସ୍ମାର୍ଟଫୋନ ଯାହାକୁ ବାସ୍ତବ ଜୀବନ ପାଇଁ ନିର୍ମାଣ କରାଯାଇଛି । ଏଫ୍୩୩ ସିରିଜ ସେହି ପ୍ରତିଶ୍ରୁତିକୁ ବଜାୟ ରଖିଛି ଏବଂ ୧୦୦ଂ ଏଫଓଭି ସହ ସେଗ୍ମେଂଟର ସର୍ବୋତମ ୫୦ ଏମପି ଅଲ୍ଟ୍ରା-ୱାଇଡ ସେଲ୍ଫି କ୍ୟାମେରା ଓ ଏଆଇ ଇମେଜିଂ ଫିଚରଗୁଡିକର ଏକ ଶୃଙ୍ଖଳା ଅନ୍ତର୍ଭୁକ୍ତକରି ମାନକ ବୃଦ୍ଧି କରିଛି । ଆମର ପ୍ରୟାସ ହେଉଛି ସ୍ଥାୟିତ୍ୱ ଓ ଉନ୍ନତ ଫଟୋଗ୍ରାଫି କେବଳ ଏକ ବ୍ୟବସାୟ ହୋଇ ରହିବ ନାହିଁ । ଆପଣ ଏଭଳି ଫୋନକୁ ଚୟନ କରିବା ଉଚିତ ନୁହେଁ ଯାହା ମୌସୁମୀ ଋତୁରେ ଟ୍ରେକ୍ରୁ ସୁରକ୍ଷିତ ରହୁଥିବ କିମ୍ବା ଗ୍ରୁପରେ ପ୍ରତ୍ୟେକ ମୁହଁକୁ କ୍ୟାପ୍ଚର କରୁଥିବ ଏବଂ ଏଫ୍୩୩ ସିରିଜ ଉଭୟ କାର୍ଯ୍ୟ କରିବାକୁ ସକ୍ଷମ ଅଟେ । ଆମେ ବିଶ୍ୱାସ କରୁଛୁ ଯେ, ଭାରତର ମୋବାଇଲ ପ୍ରଥମ ପିଢି ଏହା ପାଇବାକୁ ଯୋଗ୍ୟ ଅଟେ ।”ଓପୋ ଏଫ୍୩୩ ସିରିଜ ଆଇପି୬୯କେ+ଆଇପି୬୮+ଆଇପି୬୬ର ସେଗ୍ମେଂଟର ସର୍ବୋଚ୍ଚ ୱାଟରପ୍ରୁଫ ସାର୍ଟିଫିକେଶନ ବହନ କରୁଛି । ଏଫ୍୩୩ ପ୍ରୋ ୫ଜି ମଡେଲ ମିଷ୍ଟି ଫରେଷ୍ଟ, ଫ୍ୟାସନ ରେଡ ଓ ଷ୍ଟାରୀ ବ୍ଲୁ କଲରରେ ଏବଂ ଏଫ୍୩୩ ୫ଜି ପର୍ଲ ହ୍ୱାଇଟ ଓ ଫରେଷ୍ଟ ଗ୍ରୀନ କଲରରେ ଉପଲବ୍ଧ ହେଉଛି । ଉଭୟ ଡିଭାଇସ ମିଡିଆଟେକ ଡାଇମନେସିଟି ୬୩୬୦ ମ୍ୟାକ୍ସ (୬ଏନଏମ) ପ୍ରୋସେସର ଦ୍ୱାରା ପରିଚାଳିତ ଯାହା ୧୨ଜିବି ପର୍ଯ୍ୟନ୍ତ ଏଲ୍ପିଡିଡିଆର୪ଏକ୍ସ ରାମ ସହ ପେୟାର ହୋଇଛି । ଏଫ୍୩୩ ସିରିଜରେ ୮୦ୱାଟ ସୁପରଭିଓଓସି ଫ୍ଲାଶ ଚାର୍ଜିଙ୍ଗ, ୧୦ୱାଟ ରିଭର୍ସ ୱାୟାର୍ଡ ଚାର୍ଜିଙ୍ଗ ଓ ବାଏପାସ ଚାର୍ଜିଙ୍ଗ କ୍ଷମତା ରହିଥିବା ବେଳେ ଏହାର ୭୦୦୦ ଏମଏଏଚ ବ୍ୟାଟେରୀ କେବଳ ୬୯ ମିନିଟରେ ୦ରୁ ୧୦୦% ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ । ଏଫ୍୩୩ ସିରିଜ, କଲରଓଏସ ୧୬ ସହ ପରିଚାଳିତ ହେଉଛି ଯାହା ପ୍ରଥମ ଥର ପାଇଁ ମିଡ୍-ରେଞ୍ଜ ସେଗ୍ମେଂଟରେ ଫ୍ଲାଗସିପ-ଗ୍ରେଡ ଏଆଇ ଓ ପ୍ରଡକ୍ଟିଭିଟି ଫିଚର ଆଣୁଛି । ଓପୋର ବର୍ତମାନର ଏଆଇ ଫଟୋଗ୍ରାଫି ଶକ୍ତି ଆଧାରରେ ନିର୍ମିତ ଏହି ସିରିଜ ଏଆଇ ରିକମ୍ପୋଜ,ଏଆଇ ପର୍ଫେକ୍ଟ ସଟ୍, ଏଆଇ ଲାଇଭଫଟୋ ୨.୦,ଏଆଇ ବେଷ୍ଟ ଫେସ୍, ଏଆଇ ଅନ୍ବ୍ଲର, ଏଆଇ ଷ୍ଟୁଡିଓ, ଏଆଇ ରିଫ୍ଲେକ୍ସନ ରିମୁଭର ଓ ଏଆଇ ଇରେଜର ଭଳି ଫିଚର ରହିଛି । ଏହି ସିରିଜରେ ଡ୍ୟାମେଜ-ପ୍ରୁଫ ୩୬୦ଂ ଆର୍ମର ବଡି, ମଲ୍ଟି-ଲେୟାର ଏୟାରବ୍ୟାଗ କୁଶନିଙ୍ଗ, ୭ ଏମଆଇଏଲ-ଏସଟିଡି-୮୧୦ଏଚ ମିଲିଟାରୀ ଷ୍ଟାଣ୍ଡାର୍ଡ ସାର୍ଟିଫିକେଶନ, ୭୨ ମାସର ଫ୍ଲୁଏନ୍ସି ପ୍ରୋଟେକ୍ସନ ସିଷ୍ଟମ ଭଳି ସୁରକ୍ଷା ଫିଚର ମଧ୍ୟ ରହିଛି ।