ଭୁବନେଶ୍ବରରେ ତୃପ୍ତି ଟୋୟଟା ଡିଲରସିପର ଉଦ୍‌ଘାଟିତ ।

0 105

ଭୁବନେଶ୍ଵର : ୨/୪/୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ଵରରେ ତୃପ୍ତି ଗ୍ରୁପ୍‌ର ଏକ ନୂତନ ଟୋୟଟା କାର ଡିଲରସିପ୍ “ତୃପ୍ତି ଟୋୟଟା”ର ଶୁଭାରମ୍ଭ ହୋଇଯାଇଛି। ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାହକ ଓ ଶୁଭେଚ୍ଛୁମାନଙ୍କର ଉତ୍ସାହଭରାଉପସ୍ଥିତି ଦେଖିବାକୁ ମିଳିଥିଲା। ଏହାର ସୋ ରୁମ୍ ଭୁବନେଶ୍ଵର ୟୁନିଟ୍-୬ସ୍ଥିତ ଭିମ୍‌ପୁର ( ଏୟାରପୋର୍ଟଛକ ନିକଟରେ) ରହିଥ‌ିବା ବେଳେ ୱର୍କ ସପ୍ ଖଣ୍ଡଗିରି ଛକସ୍ଥିତ ଡୁମୁଡୁମାଠାରେ ରହିଛି ଯାହା ସହରର ଯାନବାହନ ବ୍ୟବସାୟରେ ଏକ ନୂତନ ଅଧ୍ୟାୟ ଯୋଡିପାରିଛି ।ବିଏମ୍‌ସି ମେୟର ସୁଲୋଚନା ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସୋ ରୁମ୍‌ରଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟୋୟାଟୋ କିର୍ଲୋସ୍କରର ବରିଷ୍ଠ ଅଧିକାରୀମାନେ ସଚିନ୍ ଶର୍ମା(ଭାଇସ୍ ପ୍ରେସିଡେଣ୍ଟ), ବିଜୟ କୁମାର (ମହାପ୍ରବନ୍ଧକ-ପୂର୍ବ), ଅନିମେଶ ନାଗ (ପ୍ରବନ୍ଧକ–ଓଡିଶା ଏବଂବଙ୍ଗ), ଦୀପ ପଣ୍ଡା (ଏଫ୍ଏସ୍ଏମ୍) ପ୍ରମୁଖ ଉପସ୍ଥିତ ଥିଲେ।ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ମହାନ୍ତି ଏବଂ ଡିଲର ପ୍ରିନ୍ସିପାଲ ଅଙ୍କିତ ମହାନ୍ତି ତାଙ୍କ ଅଭିଭାଷଣରେଗ୍ରାହକ ସେବା ଓ ଭବିଷ୍ୟତ ବ୍ୟବସାୟ ବିସ୍ତାର ଉପରେ ଧ୍ୟାନ ଦେବାକୁ ଗୁରୁତ୍ବାରୋପ କରିଥିଲେ।ସେମାନେ ମଧ୍ୟ ଭୁବନେଶ୍ଵରର ଯାଆଁଳାଠାରେ ନୂତନ ସୋରୁମ୍ ଓ ସର୍ଭିସ୍ ସେଣ୍ଟର ଖୋଲିବାର ଯୋଜନାସମ୍ବନ୍ଧରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଗ୍ରାହକମାନଙ୍କୁଗାଡି ହସ୍ତାନ୍ତରଣ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଠାରେ ଗ୍ଲାଞ୍ଜା, ଟାଇସର, ରୁମିୟନ୍, ହାରିଡର,କାଏଷ୍ଟା, ହାଇକ୍ରସ୍, ଫର୍ଟୁନର, କାମ୍ବି, ହାଇଲକ୍ସ, ଭେଲଫାୟାର ଏବଂ ଲ୍ୟାଣ୍ଡ କୁଇସର ଆଦି ଗାଡି ପ୍ରଦର୍ଶିତହୋଇଥୁଲା ଯାହା ଗ୍ରାହକମାନଙ୍କୁ ଅଧିକ ଆକୃଷ୍ଟ କରିଥିଲା ।ଏହି ଅବସରରେ ପରିଚାଳନା ଅଧିକାରୀମାନେ କହିଥିଲେ ଯେ ତୃପ୍ତି ଟୋୟଟା ଗୋଟିଏ ଛାତ ତଳେବିକ୍ରୟ, ସେବା, ସେୟାର ପାଟ୍ସ, ବୀମା, ଆର୍ଥିକ, ଏକ୍ସଚେଞ୍ଜ, ଆସେସୋରିଜ୍ ଏବଂ ଏକ୍ସଟେଣ୍ଡେଡ୍ୱାରେଣ୍ଟି ଭଳି ସେବା ପ୍ରଦାନ କରିବା ସହ ଉତ୍ତମ ଗୁଣବତ୍ତା ଓ ଗ୍ରାହକ ସନ୍ତୁଷ୍ଟିକ ।

Leave A Reply

Your email address will not be published.