ଅଡିଟମେଟ ପକ୍ଷରୁ ହେଲଥ୍ କେୟାର ସିଇଓ ରାଉଣ୍ଡ ଟେବୁଲ୍ ଅୟୋଜିତ

0 42

ଭୂବନେଶ୍ବର, 4.04.26 (ପ୍ରତ୍ୟୁଷା ବ୍ୟୁରୋ ):ହେଲଥ କେୟାର କନସଲ୍ଟିଂ ସେବା ପ୍ରଦାନକାରୀ ସଂସ୍ଥା ଅଡିଟମେଟ ପକ୍ଷରୁ ସିଇଓ ରାଉଣ୍ଡ ଟେବୁଲ – ହେଲଥ କେୟାର ୨୦୨୬ ର ପ୍ରଥମ ସଂସ୍କରଣଟି ସ୍ଥାନୀୟ ଏକ ତାରକା ହୋଟେଲରେ ସଫଳତାର ସହିତ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରମୁଖ ହସ୍ପିଟାଲ ଗୁଡ଼ିକ ରୁ ୨୫ ରୁ ଅଧିକ ସିଇଓ ଓ ହେଲଥ୍ କେୟାର ନେତୃତ୍ୱବାହୀ ବ୍ୟକ୍ତିମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଡଃ ସୁଚିନ୍ ବଜାଜ୍ , ଫାଉଣ୍ଡର ଡିରେକ୍ଟର, ଉଜଳ ସିଗନାସ୍ ହେଲଥ କେୟାର ସର୍ଭିସେସ୍ ଓ ସିଏ ସନ୍ଧ୍ୟା ଶ୍ରୀରାମ , ଗ୍ରୁପ୍ ସିଏଫଓ , ନାରାୟଣ ହେଲଥ, ଡଃ ଆଲୋକ ଲୋଢ଼, ସିଇଓ – ସନ ସାଇନ୍ ହସ୍ପିଟାଲ ଓ ଶ୍ରୀ ନରେନ୍ଦ୍ର କୁମାର ପ୍ରଧାନ ଙ୍କର ମୂଲ୍ୟବାନ ଅନୁଭବ ଓ ଦୃଷ୍ଟିକୋଣ ସହ ଅନ୍ୟାନ୍ୟ ପ୍ରସିଦ୍ଧ ଶିଳ୍ପ ନେତୃତ୍ୱ ମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ରାଉଣ୍ଡଟେବଲରେ ଭବିଷ୍ୟତ ହେଲଥ କେୟାର , ଓପରେସନାଲ ଏକ୍ସେଲେନ୍ସ, ରେଭେନ୍ୟୁ ଇଣ୍ଟେଗ୍ରିଟି, ଡିଜିଟାଲ ଟ୍ରାନ୍ସଫର୍ମେସନ ଓ ଓଡ଼ିଶାରେ ମେଡିକାଲ ଟୁରିଜମ୍ ପରି ମୁଖ୍ୟ ବିଷୟଗୁଡ଼ିକୁ କେନ୍ଦ୍ର କରାଯାଇଥିଲା, ଯାହାର ମୁଖ୍ୟ ଥିମ୍ ଥିଲା—“ଗଭର୍ନାନ୍ସ, ରିସ୍କ ଓ କଣ୍ଟ୍ରୋଲ୍ ମାଧ୍ୟମରେ ହେଲଥ କେୟାର କୁ ସୁଦୃଢ଼ କରିବା।”ଏହି କାର୍ଯ୍ୟକ୍ରମଟି ଶ୍ରୀ ରାକେଶ କୁମାର ପାତ୍ର , ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ , ଶ୍ରୀ କ୍ଷିତିଶ ଚନ୍ଦ୍ର ପାତ୍ର ଓ ଶ୍ରୀ ସତ୍ୟାନନ୍ଦ ରାଉତରାୟ ଙ୍କ ଦ୍ୱାରା ସୁଚିନ୍ତିତ ଭାବରେ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଶେଷରେ ଓଡ଼ିଶାକୁ ଏକ ଉଦୟମାନ ହେଲଥ୍ କେୟାର ହବ୍ ଭାବେ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ସାମୂହିକ ଦୃଷ୍ଟିକୋଣ ଗଠିତ ହୋଇଥିଲା।

Leave A Reply

Your email address will not be published.