ଭୁବନେଶ୍ବର, 1.04.26 ( ପ୍ରତ୍ୟୁଷା ବ୍ୟୁରୋ ) :ଜଳଯୋରାଣ ସଂଘର ମୁଖ୍ୟ ତଥା କଟକ- ଚୌଦ୍ଵାର ପୂର୍ବତନ ବିଧାୟକ ଡଃ, ପ୍ରଭାତରଞ୍ଜନ ବିଶ୍ବାଳଙ୍କ ଉପରେ ବିଜେଡ଼ି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଗତ ୨୧-୩-୨୦୨୬ ତାରିଖରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଜଳ ଯୋଗାଣ ସଂଘ ନିନ୍ଦା କରିଛି।”କଟକ ଜିଲ୍ଲାରେ ପ୍ରଭାତରଞ୍ଜନ ବିଶ୍ୱାଳ ଯେତେ ନଳକୂପ ବସାଇଥିଲେ ସେଥିରୁ ପାଣି ବାହାରୁ ନାହିଁ “। ସେଥ୍ ନିମନ୍ତେ ଲେଖାଶ୍ରୀମ୍ୟାଡ଼ାମ୍ କହିବେକି, ତାଙ୍କ ପାଖରେ ନଳକୁପରୁ ପାଣି ବାହାରୁ ନ ଥିବା କେତେ ତଥ୍ୟ ଅଛି ? କେବେଜାଗାରେ ସେ ଏନେଇ ଅଭିଯୋଗ କରିଛନ୍ତି ? ଏବଂ କଟକ ଜିଲ୍ଲାର କେଉଁ ଅଧିକାରୀଙ୍କ ପାଖରେ ସେଅଭିଯୋଗ କରିଛନ୍ତି ? ଏହାର ଏକ ସବିଶେଷ ସ୍ପଷ୍ଟୀ କରଣ ପ୍ରଦାନ କରନ୍ତୁ ।ଦୀର୍ଘ ୩୦ ବର୍ଷ ଧରି ଉକ୍ତ ସଂଘ ମାନଙ୍କ ସହ ନିସ୍ବାର୍ଥପର ଭାବେ ସହଯୋଗ କରିବା ଏବଂ ନିଜହାତରୁ ଖର୍ବକରୀ ଲୋକଙ୍କୁ ସେବା ଯୋଗାଇଥିବା ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ଆମସଂଘ ସହଜରେ ଗ୍ରହଣ କରିବ ନାହିଁ । ପ୍ରଭାବ ବାବୁଙ୍କ ନିର୍ଥପର ସେବା ଆମ କଳଯୋଗାଣ କର୍ମଚାରୀସଂଘ ପାଇଁ ଏକ ସଟ ନେତୃତ୍ବ ର ପରିଚୟ ।ତେଣୁ ଲେଖାଶ୍ରୀ ସାମନ୍ତ ସିଂହାର ଜଣେ ସଟ ନିସ୍ବାର୍ଥପର ବ୍ୟକ୍ତିକ୍ ଙ୍କ ଉପରେ ଯେଉଁଆରୋପ ଲଗାଇଛନ୍ତି ତା ପାଇଁ ୬ ଦିନ ଭିତରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନ ମାଗିଛି ତେବେରାଜ୍ୟବ୍ୟାପୀ ଏକ ବୃହତ୍ତର ଆନ୍ଦୋଳନ କରିବ ।ଆଗାମୀ ଦିନରେ ସାରା ଓଡ଼ିଶାରେ ଜଳ ଯୋଗାଣ କର୍ମଚାରୀ ସଂଘ ଏହା ବିରୋଧରେ ପ୍ରତିବାଦ ମଧ୍ୟ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।