ଭୁବନେଶ୍ବର,30.03.26 : ( ପ୍ରତ୍ୟୁଷା ବ୍ୟୁରୋ ) ହାଇଟେକ୍ ମେଡିକାଲ କଲେଜ୍ ଓ ହସପିଟାଲ ପରିସରରେ ଏଆରଟିସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତିପାଣିଗ୍ରାହୀ ଏବଂ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଏଆରଟି ସେଣ୍ଟରକୁ ଲୋକାର୍ପିତକରିଛନ୍ତି। ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟି ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ଟର ନୀଳକ ଣ୍ଠମିଶ୍ର ଏଆରଟି ସେଣ୍ଟର ସେବା ଓ କାର୍ଯ୍ୟକାରିତା ସଂପର୍କରେ କହିଥିଲେ। ଏଚ୍.ଆଇ.ଭିରୋଗୀଙ୍କ ସହିତ ବଞ୍ଚୁଥିବା ବ୍ୟକ୍ତିଙ୍କ ପାଇଁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି ବା ଏଆରଟିକେନ୍ଦ୍ର ଏକ ବ୍ୟାପକ ସେବା କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ। ଏଚଆଇଭି ରୋଗୀ ଓସେମାନଙ୍କ ସହ ରହୁଥିବା ଲୋକଙ୍କୁ ଏହା କେନ୍ଦ୍ରରେ ମାଗଣାରେ ଆଣ୍ଟି-ରେଟ୍ରୋଭାଇରାଲ୍ଔଷଧ ଯୋଗାଇ ଦିଆଯିବା ସହ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ଏବଂ ଭାଇରାଲ୍ ଲୋଡ୍ଜାଣିବା ପାଇଁ ପରୀକ୍ଷା କରାଯିବ। ଏଆରଟି କେନ୍ଦ୍ରରେ ସଂକ୍ରମଣ ଯୋଗୁଁ ଶରୀର ରେଦେଖାଦେଉଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ରୋଗ ବା ସଂକ୍ରମଣର ଚିକିତ୍ସା କରାଯିବାସହ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ପାଇଁ ପରାମର୍ଶ ଦିଆଯିବ ଏବଂ ଏହାର ପାର୍ଶ୍ଵପ୍ରତିକ୍ରିୟା ପରିଚାଳନା କରାଯିବ। ଉଦ୍ଘାଟନୀ ଉତ୍ସବରେ ମେଡିକାଲ କଲେଜ ଅଧ୍ୟକ୍ଷପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ପ୍ରଫେସର ରବିନ୍ଦ୍ରନାଥ ବେହେରା। ସିଓଓଜ୍ୟୋର୍ତୀମୟ ପଣ୍ଡାଙ୍କ ସମେତ ସମସ୍ତ ଡାକ୍ତର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେଉପସ୍ଥିତ ଥିଲେ।