ଭୁବନେଶ୍ବର , 22.03.26 ( ପ୍ରତ୍ୟୁଷା ବ୍ୟୁରୋ): କଟକ ଏସ ସି ବି ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଓ ରୋଗୀ ମୃତ୍ୟୁ ଖବର ଆସିଲେ କ’ଣ ସାମ୍ନାକୁ ଆସେ ସାଧାରଣ ଲୋକେ ହୁଏତ ଅବଗତ ନ ଥିବେ ମାତ୍ର ସରକାର ଅବଗତ ଥିବେ । ସରକାରୀ ସ୍ତରରେ ନିଯୁକ୍ତି ପାଉଥିବା ଅଗ୍ନି ନିରାପତ୍ତା କର୍ମଚାରୀ ନିଶ୍ଚୟ ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ଏଭଳି ଘଟଣାକୁ ରୋକି ହେବ ଏଣୁ ସରକାରୀ ସ୍ତରରେ ଏହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏପରି ସ୍ଥିତିରେ ଭୁବନେଶ୍ବର ବରମୁଣ୍ଡାରେ ଘରୋଇ ଭାବେ ସଦାଶିବ ରାଜଗୁରୁ ଏକ ପ୍ରଶିକ୍ଷଣ ଅନୁଷ୍ଠାନ ୨୦ ବର୍ଷ ଧରି ଚଳାଇ ଆସୁଛନ୍ତି। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଅନୁମୋଦନ ଲାଭ କରି ସଦାଶିବଙ୍କ ଏହି ଅନୁଷ୍ଠାନ ଇତି ମଧ୍ୟରେ ୫୦୦୦ରୁ ଅଧୂକ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ପ୍ରଶିକ୍ଷିତ କରାଇ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ କର୍ପୋରେଟ ହାଉସ ଯେପରି ଜିନ୍ଦଲ, ବେଦାନ୍ତ ଏମ ଏସପି, ଟାଟା ଷ୍ଟିଲ, ଭୂଷଣ, ଜେ ଏସ ପି ଏଲ, ଜେ ଏସ ଲମେ ଫେୟାର,ଜିଂଜର ଓ ମିଡ଼ ଟାଉନ ଟାଟା ମୋଟର ଭଳି ଅନୁଷ୍ଠାନରେ ନିଯୁକ୍ତି ଦେଇଛନ୍ତି। ଏଣୁ ସଦାଶିବଙ୍କ ଅନୁଷ୍ଠାନ ଲୋକପ୍ରିୟ ହୋଇପାରିଛି। ମାଟ୍ରିକ ଓ ବି ଟେକ ଛାତ୍ରଛାତ୍ରୀ ମାନେ ଫାୟାର ସେପ୍ସି ଓ ଇଣ୍ଡରଷ୍ଟ୍ରିଆଲ ସେଫଟି ପ୍ରଶିକ୍ଷଣ ପାଇଁ ସୁଯୋଗ ନେବାକୁ ଆହ୍ୱାନ ଜଣାଇଛନ୍ତି ସଦାଶିବ । ତାଲିମ ପାଇଁ ଅନ୍ଵେଷଣରେ ଥବା ଏହି ସଠିକ ଅନୁଷ୍ଠାନରେ ନାମ ଲେଖାଇ ଆତ୍ମ ନିଯୁକ୍ତି ଲାଭ କରିପାରିବେ।