୨୦ରୁ ଶତାବ୍ଦୀର କଳାକାରର ୨୮ ତମ ସୁବର୍ଣ ଜୟନ୍ତୀ, ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ ।

0 48

ଭୁବନେଶ୍ୱର : ୧୮/୦୨/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ନାଟକ ଆମ ସମାଜର ପ୍ରତିଛବି, ଆମ ଜାତିର ମୁଖଶାଳା । ସମାଜର କର୍ମଧାର ଯୁବ ସମାଜକୁ ନାଟକ ଶୃଙ୍ଖଳିତ କରିବା ସଙ୍ଗେ ସଙ୍ଗେତାଙ୍କର ନୈତିକ ମନୋବଳକୁ ଦୃଢ଼ କରିଥାଏ । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖୁବାକୁ ଚେଷ୍ଟା କରିଥାଏ । ଆମଭାଷା, ସାହିତ୍ୟ ଓ ସଂସ୍କୃତିକୁ ନାଟକ ଋଦ୍ଧିମନ୍ତ କରିଥାଏ ।ଗୋଟିଏ ଜାତିର ଶିକ୍ଷା, ସଭ୍ୟତା, ତା’ର ନାଟକରୁ ହିଁ ଜଣା ପଡେ। ଏଣୁ ଏହି ଲକ୍ଷ୍ୟକୁ ପୁରଣ କରିବା ଉଦ୍ଦେଶ୍ୟରେ, ଶତାବ୍ଦୀର କଳାକାର ୧୯୭୬ ମସିହାରୁ, ଏପର୍ଯ୍ୟନ୍ତ ଦୀର୍ଘ ୫୦ ବର୍ଷ ଧରି ବିଭିନ୍ନପ୍ରକାର ନାଟ୍ୟ ପ୍ରଯୋଜନା, ନାଟ୍ୟ ଆଲୋଚନା ଚକ୍ର, ନାଟ୍ୟ କର୍ମଶାଳା, ଶିଶୁନାଟକ ଉତ୍ସବ ଓ ଜାତୀୟ ନାଟ୍ୟ ଉତ୍ସବ ମାନ ଆୟୋଜନ କରିଆସୁଛି।ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏବର୍ଷ ଆମେଓଡ଼ିଶାର ବିଭିନ୍ନ ଜାଗାରେ ୨୬ଟି ପ୍ରଦର୍ଶନ କରିସାରିଛୁ । ସୁବର୍ଣ୍ଣ ଜୟନ୍ତୀ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ ଅବସରରେ ଆସନ୍ତା ଫେବୃଆରୀ୨୦ ରୁ ୨୪ ତାରିଖ ମଧ୍ୟରେ ରବୀନ୍ଦ୍ର ମଣ୍ଡପରେ ୬ଟି ନାଟକ ପ୍ରଦର୍ଶିତ ହେବ ।ଏହି ୨୮ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ମାତ୍ର ୨ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସୂଚନା ଦେଇ କହିଛନ୍ତି ଶତାଦ୍ଦୀ କଳାକାରର ସଭାପତି ଗୌର ଦାସ। ଏହି ଅବସରରେ ଆୟୋଜକ ଧୀର ମଲ୍ଲିକ କହିଲେ ଏହି ନାଟ୍ୟ ମହୋତ୍ସବ ଅବସରରେ, ୨୦ ଜଣ କଳାକାର, ସାମ୍ବାଦିକ ଓ ସାହିତ୍ୟିକଙ୍କୁ ସମ୍ମାନିତ କରାଯାଉଛି । ବହୁଦିନରୁ ଚେଷ୍ଟାକରାଯାଉଥିବା ନାଟ୍ୟ ସମ୍ବଳିତ ଖବର, ପ୍ରକାଶ କରିବା ପାଇଁ ଏକ ମାସିକ ନାଟ୍ୟ ସମାର୍ଗର ପତ୍ରିକା “ ନାଟ୍ୟବାର୍ତ୍ତା” ଏହି ଉତ୍ସବରେ ପ୍ରକାଶକରିବାକୁ ସ୍ଥିର କରିଛୁ । ଶେଷଦିନ ୨୪ ତାରିଖରେ ପ୍ରତ୍ୟେକ ବର୍ଷ ଭଳି, ଏ ବର୍ଷ ମଧ୍ୟ ଏକ ଶୋଭନୀୟ ସ୍ମରଣିକା, ପ୍ରକାଶ କରାଯିବ ।ଏହି ଅବସରରେ, ଆପଣ ମାନଙ୍କ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ଆମେ ନିମନ୍ତ୍ରଣ କରୁଛୁ କି ବିନା ଦେୟରେ, ରବୀନ୍ଦ୍ର ମଣ୍ଡପକୁ ଆସିନାଟକ ଦେଖ୍, ଅଭିମତ ଖାତାରେ ତାଙ୍କର ମତାମତ ଦିଅନ୍ତୁ ।

Leave A Reply

Your email address will not be published.