ଦୂରସଞ୍ଚାର ବିଭାଗ ଦ୍ବାରା ନାଗରିକ କୈନ୍ଦ୍ରିକ ପଦକ୍ଷେପର ପୁନଃନିଶ୍ଚିତକରଣ ।

0 29

ଭୁବନେଶ୍ୱର, ୧୬-୦୨-୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ଦୂରସଞ୍ଚାର ବିଭାଗ ବିଭିନ୍ନ ନାଗରିକ କୈନ୍ଦ୍ରିକ ପଦକ୍ଷେପ ଯଥା: ସଞ୍ଚାର ସାଥୀ (Sanchar Saathi), ସଞ୍ଚାରମିତ୍ର (Sanchar Mitra), ବିପର୍ଯ୍ୟୟ ସତର୍କତା ପ୍ରଣାଳୀ, କଠୋର EMI ନିୟମ ଇତ୍ୟାଦି ମାଧ୍ୟମରେ ନାଗରିକଙ୍କ ସୁରକ୍ଷାଏବଂ ଡିଜିଟାଲ ବିଶ୍ବାସକୁ ବୃଦ୍ଧି କରୁଛି।ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର (ISA), ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଞ୍ଚାର ବିଭାଗର ଏକ କ୍ଷେତ୍ରୀୟ ୟୁନିଟ୍,ଯାହା ଓଡ଼ିଶା ରାଜ୍ୟରେ ନିୟାମକ ଏବଂ ସେବା ଅନୁପାଳନ ପାଇଁ ଦାୟୀ। ଦୂରସଞ୍ଚାର ବିଭାଗର ୨୨ଟି ଆଞ୍ଚଳିକ ୟୁନିଟ୍ ମଧ୍ୟରୁ ଅନ୍ୟତମଭାବରେ, ଓଡ଼ିଶା LSAଲାଇସେନ୍ସ ଅନୁପାଳନ, ନେଟୱର୍କ ସୁରକ୍ଷା, ସେବା ଗୁଣବତ୍ତା ଏବଂ ରାଜ୍ୟ ସ୍ତରରେ ଜାତୀୟ ଦୂରସଞ୍ଚାର ନୀତିରପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରେ, ଯାହାଦ୍ଵାରା ନାଗରିକମାନଙ୍କୁ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ଦୂରସଞ୍ଚାର ସେବା ପ୍ରଦାନକରାଯାଇଥାଏ। (https://dot.gov.in/) (https://www.sancharsaathi.gov.in/)ଓଡ଼ିଶା LSA ଶିଳ୍ପ କ୍ଷେତ୍ର ଏବଂ ଜନସାଧାରଣଙ୍କ ସେବା ପାଇଁ ନିମ୍ନଲିଖୁତ ଏକାତ୍ତ୍ୱିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରେ:ସେବା ଅନୁପାଳନ (Service Compliance vertical): ଏହି ବିଭାଗ ସୁନିଶ୍ଚିତ କରେ ଯେ ଦୂରସଞ୍ଚାର ସେବାପ୍ରଦାନକାରୀମାନେ ଲାଇସେନ୍ସ ସର୍ଭାବଳୀ ଏବଂ DoT ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ଅଥବା ନାହିଁ; ଏଥୁସହିତ ସେବା ପ୍ରସାର(rollout), ସେବାର ଗୁଣବତ୍ତା, ମୋବାଇଲ୍ ନମ୍ବର ପୋର୍ଟେବିଲିଟି, EMR ନିର୍ଗମନ, ଗ୍ରାହକ ଯାଞ୍ଚ ଏବଂ ଅନ୍ୟାନ୍ୟ ଗ୍ରାହକସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ତଦାରଖ କରାଯାଏ।ଟେକ୍ନୋଲୋଜି (Technologyvertical): ISP ଲାଇସେନ୍ସ ପ୍ରଦାନ, ନୂତନ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟା (SG, IoT,ବ୍ରଡବ୍ୟାଣ୍ଡ, ଟାୱାର ପାଇଁ ସବୁଜ ଶକ୍ତି, ବିପର୍ଯ୍ୟୟ ପରିଚାଳନା ସେବା) ର ଯାଞ୍ଚ ଓ ତଦାରଖ ଏବଂ ଗ୍ରାମାଞ୍ଚଳ/ଦୁର୍ଗମ ଅଞ୍ଚଳରେପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ସାଇବର ଅପରାଧ – ଏକ ବର୍ଦ୍ଧିତ ଚିନ୍ତାସାଇବର ଅପରାଧ କହିଲେ ଡିଜିଟାଲ୍ ଉପକରଣ, ନେଟୱର୍କ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରି କରାଯାଉଥିବା ବେଆଇନକାର୍ଯ୍ୟକଳାପକୁ ବୁଝାଏ। ଏଥୁରେ ସାଇବର-ସକ୍ଷମ ଅପରାଧ ଯଥା: ଠକେଇ, ହଇରାଣ କରିବା ଏବଂ ସାଇବର-ନିର୍ଭରଶୀଳ ଅପରାଧଯଥା: ହ୍ୟାକିଂ, ରାନ୍ସମୱେୟାର୍, ମାଲୱେୟାର୍ ଅନ୍ତର୍ଭୁକ୍ତ। ଏହାର ସାଧାରଣ ଉଦାହରଣଗୁଡ଼ିକ ହେଲା ଫିସିଂ, ପରିଚୟ ଚୋରି, UPIପେମେଣ୍ଟ ଠକେଇ, ଅନଲାଇନ୍ ହଇରାଣ ଏବଂ ଡାଟା ଚୋରି। ଏଭଳି ଅପରାଧଗୁଡ଼ିକ ଦ୍ବାରା ଆର୍ଥିକ କ୍ଷତି, ମାନସିକ ଚାପ, ପ୍ରତିଷ୍ଠା ହାନିହୋଇଥାଏ ଏବଂ ଏହା ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ। ଏପରି ମାମଲାଗୁଡ଼ିକୁ ସାଇବର ଅପରାଧ ହେଲାଇନ୍ନମ୍ବର ୧୯୩୦ କିମ୍ବା www.cybercrime.gov.in ରେ ରିପୋର୍ଟ କରିବା ଜରୁରୀ। ସଞ୍ଚାର ସାଥୀ ମାଧ୍ୟମରେ, ଦୂରସଞ୍ଚାରବିଭାଗ (DoT) ନାଗରିକମାନଙ୍କୁ ପ୍ରତିରୋଧକ ଉପକରଣ, ସଚେତନତା ଏବଂ ରିପୋର୍ଟ କରିବାର ମାଧ୍ୟମ ପ୍ରଦାନ କରି ଏକ ସୁରକ୍ଷିତଏବଂ ସୁଦୃଢ଼ ଡିଜିଟାଲ୍ ବ୍ୟବସ୍ଥା ଗଠନ କରିବା ପାଇଁ ପ୍ରତିବଦ୍ଧ।ବିପର୍ଯ୍ୟୟ ପରିଚାଳନା – ସମନ୍ବିତ ଜନ ସତର୍କତା ପ୍ରଣାଳୀବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ, ଦୂରସଞ୍ଚାର ବିଭାଗ (DoT) ଏକ CAP (Common Alerting Protocol)-ଆଧାରିତସମନ୍ବିତ ସତର୍କତା ପ୍ରଣାଳୀ କାର୍ଯ୍ୟକାରୀ କରିଛି। ଏହା ପ୍ରାକୃତିକ ବିପର୍ଯ୍ୟୟ ଯଥା: ବାତ୍ୟା, ବନ୍ୟା, ଭୂକମ୍ପ ଏବଂ ଚରମ ପାଣିପାଗପରିସ୍ଥିତି ସମୟରେ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ରିଅଲ୍-ଟାଇମ୍ (Real-time) ଜରୁରୀକାଳୀନ ସତର୍କତା ପ୍ରସାରଣ କରିଥାଏ। ଏହିପ୍ରଣାଳୀ ପ୍ରଭାବିତ ଅଞ୍ଚଳର ନାଗରିକମାନଙ୍କ ପାଖରେ ଶେଷ ମୁହୂର୍ତ୍ତରେ ସଂଯୋଗ ଏବଂ ସମୟାନୁବର୍ତ୍ତୀ ଯୋଗାଯୋଗ ନିଶ୍ଚିତ କରେ,ଯାହାଦ୍ବାରା ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ଢାଞ୍ଚା ଶକ୍ତିଶାଳୀ ହୋଇଥାଏ।ରଥଯାତ୍ରା କିମ୍ବା ସାମୁଦ୍ରିକ ବାତ୍ୟା ଭଳି ଘଟଣା ସମୟରେ ଯେଉଁଠାରେ ବିପର୍ଯ୍ୟୟର ଆଶଙ୍କା ଥାଏ, ଦୂରସଞ୍ଚାର ବିଭାଗ (DoT)ଓଡ଼ିଶା LSA ଟେଲିକମ୍ ସେବା ପ୍ରଦାନକାରୀଙ୍କୁ (TSPs) DoT ର ବିପର୍ଯ୍ୟୟ SOP ୨୦୨୦ ଅନୁଯାୟୀ ଅବିରତ ଦୂରସଞ୍ଚାର ସେବାନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଏ।

Leave A Reply

Your email address will not be published.