ମାର୍ଚ୍ଚ ୧୫ରୁ ପ୍ରଥମ ଡ଼ ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ଅଲ ଓଡିଶା ଫୁଟବଲ ଚମ୍ପିୟାନସିପସ ୨୦୨୬

0 23

ଭୁବନେଶ୍ୱର,14.02.26 ( ପ୍ରତ୍ୟୁଷା ବ୍ୟୁରୋ ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପିର ବିଶିଷ୍ଟ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରଥମ ଡ଼ ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ଅଲ ଓଡିଶା ଫୁଟବଲ ଚମ୍ପିୟାନସିପ ୨୦୨୬ ଘୋଷଣା କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଠାରେ ଶନିବାର ଏହି ଭବ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ମେମୋରିଆଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ମୋମୋରିଆଲ ଟ୍ରଷ୍ଟ ଚେୟାରମ୍ୟାନ ବିଧାୟକ ଅଶୋକ ମହାନ୍ତି କହିଥିଲେ ଚଳିତ ଏହି ପ୍ରଥମ କାର୍ଯ୍ୟକ୍ରମରେ ୮ ଟି ଫୁଟବଲ ଟିମ ନିଆଯିବ। ଏହା ୟୁନିଟ ୧ ସ୍ଥିତ ଫୁଟବଲ ଏକାଡେମୀରେ ଅନୁଷ୍ଠିତ ହେବ ଏଥିରେ ଭୁବନେଶ୍ୱର କିଶୋର କ୍ଲବ, କଟକ ମଙ୍ଗଳା କ୍ଲବ ସମ୍ବଲପୁର ସମଲେଶ୍ୱରୀ ସ୍ପୋର୍ଟିଂ ସମେତ ବାଲେଶ୍ୱର ବରଗଡ଼ ରାଉଲକେଲା ଟିମ ଭାଗ ନେବେ। ଫାଓ ଦ୍ୱାରା ଅନୁମୋଦନ ପ୍ରାପ୍ତ ନିୟମ ଗ୍ରହଣ କରାଯିବ ଏବଂ ସ୍କଲରସିପ ମଧ୍ୟ ରହିବ। ଡ଼ ପ୍ରଧାନ ତାଙ୍କ ଜୀବନକାଳରେ କ୍ରୀଡାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିବାରୁ ତାଙ୍କ ନାମରେ ଏଭଳି ଉଦ୍ୟମ ଓଡିଶା ଫୁଟବଲ ଆସୋସିଏସନ ଅନୁମୋଦନ କ୍ରମେ ଏହା ଆରମ୍ଭ ହୋଇଛି। ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଅଲମ୍ପିକ ଆସୋସିଏସନ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ପ୍ରିୟଦର୍ଶୀ ମିଶ୍ର ସିଟି କ୍ଲବ ସଭାପତି ଏସ ଆର ପରିଜା ଉପସ୍ଥିତ ଥିଲେ। ଚମ୍ପିୟାନସିପର ସଂଗଠନ ସମ୍ପାଦକ ପ୍ରଦୀପ ରାଉତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ।ଉଲ୍ଲେଖ ଯେ ଏହା ମାର୍ଚ୍ଚ ୧୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଖେଳାଯିବ ।

Leave A Reply

Your email address will not be published.