ହୋଟେଲ ପ୍ରାଚୀରେ ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ ।

0 79

ଭୁବନେଶ୍ବର : ୨୩/୦୧( ପି ଏନ୍ ଏସ )ପାର୍ବଣ ଓ ବିବାହ ଋତୁକୁ ନଜରରେ ରଖି ଭୁବନେଶ୍ବର ରାମ ମନ୍ଦିର ସାମ୍ନା ହୋଟେଲ ପ୍ରାଚୀ ( ପୁରୁଣା ମ୍ୟାରୀୟାନ) ଠାରେ ସିକ୍ସ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜକ ମନୋଜ ଆଚାର୍ଯ୍ୟ କହିଛନ୍ତି ରାଜଧାନୀବାସିଙ୍କୁ ଗୁଣାକାରଙ୍କ ଉତ୍ପାଦ ସିଧା ଯୋଗାଇଦେବା ପାଇଁ ତାଙ୍କର ପ୍ରଚେଷ୍ଟା ରହିଛି। ଠିକ୍ ଦରରେ ସମସ୍ତ ଅବସର ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ରେଶମ ଶାଢ଼ି ଗୋଟିଏ ସ୍ଥାନରେ ପ୍ରଦାନକରିବା ଉଦ୍ଦେଶ୍ୟରେ ଓଡ଼ିଶା କଳା ଓ ଶିଳ୍ପ ପକ୍ଷରୁ ଭୁବନେଶ୍ଵର ଜନପଥ ହୋଟେଲ ପ୍ରାଚୀରେ ସିଲକ୍ ଇଣ୍ଡିଆ ପ୍ରଦର୍ଶନୀଆୟୋଜନ କରାଯାଇଛି । ଦଶ ଦିନିଆ ଏହି ପ୍ରଦର୍ଶନୀରେ ଗ୍ରାହକଙ୍କୁ ପର୍ବପର୍ବାଣୀ ଏବଂ ବିବାହ ପାଇଁ ଉପଯୁକ୍ତ ବିଭିନ୍ନପ୍ରକାରର ସ୍ଵତନ୍ତ୍ର ଶାଢୀ ଏବଂ ପୋଷାକ ସାମଗ୍ରୀ ପ୍ରଦାନ କରାଯାଇଛି । ୧୩ ଟି ରାଜ୍ୟର ହସ୍ତତନ୍ତ ଶାଢୀ ପ୍ରଦର୍ଶନୀରମୁଖ୍ୟ ଆକର୍ଷଣ ଅଟେ । ଉଦ୍‌ଘାଟନ ପରେ ମଡେଲମାନେ ଏକ ସୁନ୍ଦର ରାମ୍ପ ଓ୍ବାକ୍ ମାଧ୍ୟମରେ ଭାରତର ୧୫୦ ରୁଅଧିକ ବୁଣାକାର ଏବଂ ଡିଜାଇନରଙ୍କ ଦ୍ଵାରା ଡିଜାଇନ୍ ହୋଇଥିବା ଶାଢୀ ପ୍ରଦର୍ଶନ କରିଥିଲେ ।ଏହି ଅବସରରେ ଓଡ଼ିଶା କଳା ଓ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ମାନସ ଆଚାର୍ଯ୍ୟ କହିଛନ୍ତି ଯେ, “ ରେଶମ ବୁଣାରପାରମ୍ପରିକ କଳାକୁ ବଂଚାଇ ରଖିବା ପାଇଁ ସଂଗଠନ ଅନେକ ବର୍ଷ ଧରି ନିରନ୍ତର କାର୍ଯ୍ୟ କରିଆସୁଛି । ସେ ଆହୁରି ମଧ୍ୟକହିଛନ୍ତି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଣାକାର ଏବଂ ଡିଜାଇନରଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ପ୍ରକାରର ରେଶମ ସଂଗ୍ରହପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି । ମାନସ ଆଚାର୍ଯ୍ୟ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ପ୍ରଦର୍ଶନୀ ଜାନୁୟାରୀ ୨୩ରୁ ଫେବୃଆରୀ ୧, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ଏବଂ ପ୍ରତିଦିନ ସକାଳ ୧୦:୩୦ ରୁ ରାତି ୮:୩୦ ପର୍ଯ୍ୟନ୍ତଖୋଲା ରହିବ । ସିଦ୍ଧ ଇଣ୍ଡିଆ ପ୍ରଦର୍ଶନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକପ୍ରିୟ ରେଶମ ଶାଢୀ ଏବଂ ପୋଷାକସାମଗ୍ରୀର ଏକ ଚିତାକର୍ଷକ ସଂଗ୍ରହ ଉପସ୍ଥାପନ କରାଯାଇଛି ।”

Leave A Reply

Your email address will not be published.