ସାର୍ପ ଦ୍ୱାରା ଆୟୋଜିତ ମିନି ମାରାଥନ ୨୦୨୬ ରେ ୧୦୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶ ଗ୍ରହଣ ।

0 148

ନରସିଂହପୁର, 23.01.26 (ପ୍ରତ୍ୟୁଷା ବ୍ୟୁରୋ ) : କଟକ ଜିଲ୍ଲା ନରସିଂହପୁର ର ଅଗ୍ରଣୀ ସାମାଜିକ ସଂଗଠନ ସାର୍ପ ଦ୍ୱାରା ଆୟୋଜିତ ମିନି ମାରାଥନ ୨୦୨୬ ରେ ୧୦୦୦ରୁ ଉର୍ଦ୍ଧ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଭାଗ ନେଇ ଦୀର୍ଘ ୧୦ କିମି ଲମ୍ବ ରାସ୍ତା ଅତିକ୍ରମ କରିଛନ୍ତି। ନରସିଂହପୁର ବ୍ଲକ ଚାମ୍ପେଶ୍ୱର ଠାରୁ ମାରାଥନ ଆରମ୍ଭ ହେଇଥିଲା। ନରସିଂହପୁର ମହାବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ପୁଲିସ ବିଭାଗର ବରିଷ୍ଠ ଆଇ ପି ଏସ ଏ ଡ଼ି ଜି ସଂଜୀବ ପଣ୍ଡା ସବୁଜ ପତାକା ଦେଖାଇ ମାରାଥନ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗୀ ମାନେ ନରସିଂହପୁର ଥାନା ଛକ ଠାରେ ଏକତ୍ରିତ ହେବାପରେ କୃତୀ ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସର୍ପ ସମ୍ପାଦକ ବିଜୟ ପଣ୍ଡା ପରିଚାଳନା କରିଥିବାବେଳେ ଅତିଥି ଭାବେ ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ବାରିକ ମହୋଦୟ ଓ ଅନ୍ୟ ବହୁ ଉଦୀୟମାନ ଉତ୍ସାହୀ ଯୁବକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.