ଭୁବନେଶ୍ଵର : ୨୧/୧୨ ( ପି ଏନ୍ ଏସ )ସୈନିକସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ନବମ ବିଜୁ ମାରାଥନ ଚଳିତ ମାସ ୨୧ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୈନିକସ୍କୁଲର ୬୦୦ କ୍ୟାଡେଟ, ୨୦୦ପୁରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ମିଶାଇସମୁଦାୟ ୧୨୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସିନିୟର ବିଭାଗ୧୦ କି.ମି ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗୀ ୭ କିମି ପଥ ଅତିକ୍ରମ କରିଥିଲେ ।ଏହି ଗଣ ଦୌଡ଼କୁ କର୍ନଲ ରୋହିତ ସିଂହ ସେନା ମେଡାଲ, କମାଣ୍ଡିଙ୍ଗ୍ ଅଫିସର ୧୨୦ଟି.ଏ ବାଟାଲିୟନ, ଭୁବନେଶ୍ଵର ମୁଖ୍ୟ ଅତିଥିଭାବେ, ଶ୍ରୀମତୀ ଅନୁରାଧା ବିଶ୍ବାଳ, ଅଲମ୍ପିକ୍ ଧାବିକାବିଶେଷ ଅତିଥୁ ରୂପେ, କର୍ଣ୍ଣଲ ପଙ୍କଜ କୁମାର ପ୍ରିନ୍ସିପାଲ୍ ସୈନିକସ୍କୁଲ ଓ ପୁରାତନ ଛାତ୍ର ସଂସଦରସଭାପତି ଶ୍ରୀ ମଧୁସୂଦନ ପାଢ଼ି ଆଇ.ଏ.ଏସ୍. (ଅବସର ପ୍ରାପ୍ତ) ନିର୍ବାଚନ କମିଶନର, ଓଡ଼ିଶା ପତାକାଦେଖାଇ ମାରାଥନ୍ ଦୌଡର ଶୁଭ ଉଦ୍ଘାଟନ କରିଥିଲେ । ଏହା ଛଡ଼ା କମାଣ୍ଡର ଦୀନେଶ ସ୍ଵାଇଁ,ଓ.ବି.ଏ. ସଂପାଦକ, ପୁରାତନ ଛାତ୍ର ଶ୍ରୀ ଅମିତାଭ ସ୍ଵାଇଁ, ଲେ, କଅଁଲ ପ୍ରିତମ୍ ଗଜାନନ କାମ୍ବଲେ,ପ୍ରଶାସନିକ ଅଧିକାରୀ, କମାଣ୍ଡର ମନୋରମା ପୋଖେରିୟା, ଉପମୁଖ୍ୟ ଅଧ୍ୟାପିକା, ଓ.ଏମ୍.ସି ର ବରିଷ୍ଠଅଫିସର ଗଣ, ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତକରିଥିଲେ । ସୈନିକସ୍କୁଲର ସିନିୟର ମାଷ୍ଟର ଶ୍ରୀ ବିଶ୍ଳେଶ୍ଵର ପ୍ରଧାନ ଓ ଶ୍ରୀ ଏ.କେ ମୂଖାର୍ଜୀ ଏହିଦୌଡର ପରିଚାଳନା କରିଥିଲେ ।ଉକ୍ତ ଦୌଡର ସିନିୟର ବିଭାଗରେ ବିକାଶ କୁମାର ବିଜେତା ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥି ସମସ୍ତ ବିଜେତା ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟ ଅତିଥି କର୍ଣ୍ଣଲ ସିଂହ ଉକ୍ତ ମାରାଥନ ର ଉଦ୍ଦେଶ୍ୟକୁ ପ୍ରତିପାଦନ କରିବାକୁ ଯାଇ ଆମ ରାଜଧାନୀକୁ ସ୍ଵଚ୍ଛ,ସୁନ୍ଦର, ସବୁଜ ଓ ପ୍ରଦୂଷଣ ମୁକ୍ତ ସହର ଗଢ଼ି ତୋଳିବାରେ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ କାମନା କରିଥିଲେ।