ବିଧାନସଭା ଶୀତ ଅଧିବେଶନ ଆରମ୍ଭ। ଦିବଂଗତ ପାଇଁ ଶୋକ ପରେ ଗୃହର ପ୍ରଥମାର୍ଦ୍ଧ ମୁଲତବୀ ।

0 46

ଭୁବନେଶ୍ୱର,୨୭/୧୧/୨୦୨୫( ପି ଏନ ଏସ ): ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରେ ଜାତୀୟ ସଂଗୀତ ଗାନ ପରେ ଶୋକ ପ୍ରସ୍ତାବ ଆସିଥିଲା। ଗୃହ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ରେ ଦୁଇ ଦିବଂଗତ ପୂର୍ବତନ ସଦସ୍ୟ ହେମେନ୍ଦ୍ର ପ୍ରସାଦ ମହାପାତ୍ର, କୃଷ୍ଣ ଚନ୍ଦ୍ର ମଲ୍ଲିକ ଓ ପୂର୍ବତନ କନେଷ୍ଟବଳ ୩୯ ସରୋଜ ପଧାନଙ୍କ ପାଇଁ ଶୋକ କରି ଗୃହର ଶ୍ରଦ୍ଧାଞ୍ଜଳି ଶୋକଭିଭୂତ ପରିବାରକୁ ଜଣାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ବିରୋଧୀ ଦଳ ଗୁଡିକ ସମର୍ଥନ କରି ଶୋକବ୍ୟକ୍ତ କରିଥିଲେ। ପରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବକୁ ଗ୍ରହଣ କରି ଶୋକ କରିବା ସହ ଗୃହର ଶୋକ ସମ୍ମତିକୁ ସଂପୃକ୍ତ ପରିବାରକୁ ଜଣାଇ ଦିଆଯିବ ବୋଲି କହିଲେ ଓ ପରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବାଚସ୍ପତି ଘୋଷଣା କରି ଅପରାହ୍ନ ଅଧିବେଶନରେ ସାଢେ ୪ଟା ୩୫ରେ ମହାମହିମ ରାଷ୍ଟ୍ରପତି ଗୃହକୁ ଉଦବୋଧନ ଦେବା ସମ୍ପର୍କରେ ଘୋଷଣା କରି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Leave A Reply

Your email address will not be published.