ଭୁବନେଶ୍ବର : ୨୬ /୧୧( ପି ଏନ୍ ଏସ ):
ଭୁବନେଶ୍ୱରସ୍ଥିତ ସିଏସ୍ଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ୍ ଟେକ୍ନୋଲୋଜି(ସିଏସ୍ଇଆର୍-ଆଇଏମ୍ ଏମ୍ ଟି) ରେ ୮୪ତମ ସିଏସ୍ଇଆର୍ ପ୍ରତିଷ୍ଠା ଦିବସକୁ ବେଶ୍ ଉତ୍ସାହ ଓ ଗର୍ବର ସହ ପାଳିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥ୍ୟ ଭାବେ ଅଏଲ୍ ଇଣ୍ଡିଆ ଲିମିଟେଡ଼ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟରରଣଜିତ ରଥ ଏବଂ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ମୁଖ୍ୟ ବୈଜ୍ଞାନିକ ଡକ୍ଟରକାଳି ସଞ୍ଜୟ, ଡକ୍ଟର ଏଲଡି ବେସ୍ରା ଏବଂ ଡକ୍ଟର ତୃପ୍ତି ଦାସ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ଅଂଶ ସ୍ଵରୂପ ଆୟୋଜିତ ପୋଷ୍ଟର ପ୍ରଦର୍ଶନୀରେ ଗବେଷଣା ଓ ପ୍ରଯୁକ୍ତିବିଦ୍ୟାର ନବୀନ ସଫଳତାଦେଖାଯାଇଥିଲା। ସିଏସଆଇଆର-ଆଇଏମଏମଟି ହେଉଛି ସିଏସଆଇଆରର ୩୮ଟି ପ୍ରୟୋଗଶାଳା ମଧ୍ୟରୁ ଗୋଟିଏ।ସିଏସଆଇଆର ୧୯୪୨ ମସିହାରେ ସାର୍ ଶାନ୍ତି ସ୍ବରୂପ ଭଟ୍ଟନାଗରଙ୍କ ନେତୃତ୍ବରେ ପ୍ରତିଷ୍ଠିତ ହୋଇଥ୍ଲା। ଏହି ଅବସରରେସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ କହିଛନ୍ତି ଯେ, ଦେଶର ବିକାଶରେସିଏସଆଇଆରର ଭୂମିକା ଓ ତାଙ୍କ ପ୍ରତିଷ୍ଠାନର ‘କ୍ରିଟିକାଲ୍ ମିନେରାଲ୍’ରେ ଉତ୍କର୍ଷ କେନ୍ଦ୍ର ଭାବେ ମନୋନୀତ କରାଯାଇଛି।ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ଡକ୍ଟର କାଳି ସଞ୍ଜୟ ଅନୁଷ୍ଠାନର ବ୍ୟବସାୟ ବିକାଶ, ଶିଳ୍ପ-ଉଦ୍ୟମରେଭୂମିକା ଏବଂ ନବମଞ୍ଜୁରି ହୋଇଥିବା ‘ପ୍ରଯୁକ୍ତି ଅନୁବାଦ ସୁବିଧା କେନ୍ଦ୍ର’ ବିଷୟରେ ଆଲୋଚନା କରିଥିଲେ ।ଏହି ଅବସରରେ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡକ୍ଟର ବିକାଶ କୁମାର ଜେନାଙ୍କ ନେତୃତ୍ବରେ ଶକ୍ତି ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା -ବିଶେଷକରି ବ୍ୟାଟେରୀ ଏବଂ ସୁପରକ୍ୟାପାସିଟର ଗବେଷଣାରେ ସହଯୋଗ କରିବା ପାଇଁ ସିଏସଆଇଆର-ଆଇଏମଏମଟି ଏବଂ ଜିଜିବି ବ୍ୟାଟେରୀ ପ୍ରାଇଭେଟ୍ ଲିମିଟେଡ୍, କେରଳ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।