ଭୁବନେଶ୍ୱର,20.11.25 (ପ୍ରତ୍ୟୁଷା ବ୍ୟୁରୋ ): ନୂଆପଡା ଉପନିର୍ବାଚନରେ ଜିତିବା ପରେ ଆଜି ବିଜେପି ପ୍ରାଥୀ ତଥା ନୂଆପଡା ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଵିଧି ବ୍ୟବସ୍ଥା ଅନୁଯାୟୀ ପଦ ଗୋପନୀୟତାର ବିଧାନସଭାରେ ଶପଥ ନେଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଢୋଲକିଆଙ୍କ ପରିବାର ସମର୍ଥକ ଉପସ୍ଥିତ ଥିଲେ।