ଓଡ଼ିଶା ସମ୍ବଳ ବ୍ୟକ୍ତି ମହାସଂଘର ୨ୟ ରାଜ୍ୟସ୍ତରୀୟ ଦୁଇ ଦିନିଆ ସମାବେଶ”ଓଡ଼ିଶା ବିକାଶରେ ସମ୍ବଳ ବ୍ୟକ୍ତିମାନଙ୍କର ଭୂମିକା”ଶୀର୍ଷକ ଆଲୋଚନା
ଭୁବନେଶ୍ୱର : ୨୨/୧୦( ପ୍ରତ୍ୟୁଷା ବ୍ୟୁରୋ )
ଓଡ଼ିଶା ‘ସମ୍ବଳ ବ୍ୟକ୍ତି ମହାସଂଘ’ ତରଫରୁ ଦୁଇ ଦିନିଆ ସମାବେଶ ଆରମ୍ଭ ହୋଇଛି। ବିଶିଷ୍ଟ ସମାଜ ସେବୀ ତଥା ସି ୱାଇ ଏସ ଡ଼ି ର ସହ ପ୍ରତିଷ୍ଠିତା ଡ଼ ଜଗଦାନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି ସମାବେଶ ଉଦଘାଟନ କରିଥିଲେ। ଏହି ଅବସରରେଓଡ଼ିଶାରେ ବିଭିନ୍ନ ଲୋକାଭିମୁଖୀ ସଂଗଠନ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଥିବା ସମ୍ପର୍କରେ କହିଲେ ଏବେ ବି ସମାଜର ମୁଖ୍ୟ ସ୍ରୋତରେବହୁ ଗୋଷ୍ଠୀ ସାମିଲ୍ ହେବା ପାଇଁ ଉଦ୍ୟମରତ । ଅନଗ୍ରସର ଅଂଚଳ ଭାବେ ପରିଚିତ ବହୁ ଗ୍ରାମ ଓ ଗୋଷ୍ଠୀ ସ୍ତରରେସାମାଜିକ ସଚେତନତାର ଅଭାବ ଯୋଗୁଁ ସରକାରୀ ଯୋଜନା ସଠିକଭାବେ ସବୁ ବର୍ଗର ଲୋକଙ୍କ ପାଖରେ ଅପହଞ୍ଚ ।ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଆମ ରାଜ୍ୟ ବହୁ ପ୍ରୟାସ କରୁଥିଲେ ମଧ୍ୟ, ସେଭଳି ଆଖୁ ଦୃଶିଆ ଉନ୍ନତି କରି ପାରିନାହିଁ । ଅନ୍ୟରାଜ୍ୟମାନଙ୍କ ସହ ଆମେ ସମକକ୍ଷ ହେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖୁଥିଲେ ମଧ୍ୟ ଆଶାନୁରୂପ ପ୍ରଭାବ ଏପର୍ଯ୍ୟନ୍ତପକାଇ ପାରିନାହୁଁ । ଲିଙ୍ଗଗତ ଅସମାନତା-ଭେଦଭାବ-ହିଂସା ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସୁଫଳ ସାମଗ୍ରିକଭାବେଗୁଣାତ୍ମକ ସେବା କ୍ଷେତ୍ରରେ ଆମ୍ଭେ ମାନବ ସମ୍ବଳର ସଠିକ ବିନିଯୋଗକରି କାର୍ଯ୍ୟ ହାସଲ କରିବାରେ କେତେକାଂଶରେସଫଳ ମଧ୍ୟ ହୋଇଛୁ ।ସୂଚନା ଯେ ମହାସଂଘର ଦ୍ୱିତୀୟ ରାଜ୍ୟସ୍ତରୀୟ ସମାବେଶ ଅକ୍ଟୋବର ୨୩ ଓ ୨୪ ତାରିଖ, ୨୦୨୫ ରେସି.ୱାଇ.ଏସ.ଡ଼ି., ଭୁବନେଶ୍ବରରେ ଆଜି ଠାରୁ ଆରମ୍ଭ ହୋଇଛି।