ଭୁବନେଶ୍ୱର : ୨୨/୧୦( ପ୍ରତ୍ୟୁଷା ବ୍ୟୁରୋ )ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ଭଗବାନ ବାବା ସତ୍ୟ ସାଇଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଆସନ୍ତା ନଭେମ୍ବର ୨୩ରେ ପାଳନ କରାଯିବ । ରାଜ୍ୟ ସଂଗଠନ ପକ୍ଷରୁ ଗ୍ରହଣ କରାଯାଉଥିବାଆଧ୍ୟାତ୍ମିକତା, ସେବା, ଶିକ୍ଷା ସଂସ୍କୃତି,ସାହିତ୍ୟ, ନୃତ୍ୟ, ସଙ୍ଗୀତ,ଉପାସନା ଓ ସାମାଜିକ ଚେତନାର ବିବିଧ ମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେସୂଚନା ପ୍ରଦାନ କରାଯାଇଥିଲା ।ସାମ୍ବାଦିକ ସମ୍ମିଳନୀରେଶ୍ରୀ ସତ୍ୟସାଇ ସେବା ସଂଗଠନର ପୂର୍ବାଞ୍ଚଳ ଜୋନ୍ସଭାପତି ନାରାୟଣ ପ୍ରସାଦ ସର, ଓଡ଼ିଶା ରାଜ୍ୟସଙ୍ଗଠନର ସଭାପତି ଡାକ୍ଟରସତ୍ୟସ୍ବରୂପ ପଟ୍ଟନାୟକ, ରାଜ୍ୟ ଟ୍ରଷ୍ଟି ଆବାହକ ଅକ୍ଷୟକୁମାର ପାଣି ଓ ଉପ ସଭାପତି ଶ୍ରୀ ସାଇ ପ୍ରସାଦପ୍ରମୁଖ ଭଗବାନ ଶ୍ରୀ ସତ୍ୟସାଇବାବାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳନସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।