ବିକାଶ ସଂସ୍ଥାର ୪୦ତମ ବାର୍ଷିକୋତ୍ସବ ପାଳିତ

0 184

ଭୁବନେଶ୍ବର : ୪/୯ ( ପ୍ରତ୍ୟୁଷା ବ୍ୟୁରୋ )ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ବେସରକାରୀ ସଂଗଠନଗୁଡ଼ିକସରକାର କରିପାରୁ ନ ଥିବା କାର୍ଯ୍ୟକୁ ସଠିକ୍ ଭାବେ କାର୍ଯ୍ୟନ୍ଵୟନ କରି ସରକାରଙ୍କୁ ସମସ୍ତ ପ୍ରକାର ସହାୟତା କରିଥାନ୍ତି ଏବଂ ସରକାରଙ୍କ ସଫଳତା ବେସରକାରୀ ସଂଗଠନର ସହଯୋଗରେହିଁ ସମ୍ଭବ ବୋଲି ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି ।ଗୁରୁବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ବେସରକାରୀ ସଂଗଠନ ‘ବିକାଶ’ର ୪୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଏକ ବଡ଼ ବେସରକାରୀ ସଂଗଠନ ଭାବରେ ବିକାଶ ସଂସ୍ଥା ୪୦ ବର୍ଷ ଧରି କାର୍ଯ୍ୟ କରିବା ଏକବଡ଼ ସଫଳତା ଏବଂ ଏହା କୋରାପୁଟ ଓ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ୧୭ଟି ଜିଲ୍ଲାରେ ଲୋକମାନଙ୍କ ସହିତ ଅଛି ଓ କାମ କରୁଛି । ଲୋକଙ୍କ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା,କୃଷି, ଜୀବିକା ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସହାୟତା ପ୍ରଦାନ କରୁଛି ବୋଲି କହିଛନ୍ତି । ବର୍ତ୍ତମାନ ମହାନଗର ନିଗମ ଅଞ୍ଚଳରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରୁଥିବାଗାଡ଼ି ବଜାଉଥବା ଗୀତକୁ ଏହି ବିକାଶ ସଂସ୍ଥା ସୃଷ୍ଟି କରିଥିଲା ବୋଲି ଶ୍ରୀମତୀ ଦାସ କହିଥିଲେ ।ଏହି ଉତ୍ସବରେ ଅନ୍ୟତମ ଅତିଥୀ ଭାବରେ ଯୋଗଦେଇ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିକାଶ ସଂସ୍ଥାର ଜନ୍ମଦିନ ବିଶେଷାଙ୍କର ଏକ ସ୍ଵତନ୍ତ୍ରପୁସ୍ତିକା ‘ସ୍ପନ୍ଦନ’କୁ ଉନ୍ମୋଚନ କରି ସହରୀ ଗୃହହୀନ ଲୋକମାନଙ୍କ ପାଇଁ କୋଠାଘର ଯୋଗାଇବା କ୍ଷେତ୍ରରେ ଏହି ସଂସ୍ଥାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ସେଦୁଇଥର ଭୁବନେଶ୍ଵର ମେୟର ରହିଥିବା ସମୟରେ ଭୁବନେଶ୍ଵର ସହରର ଅସହାୟ, ଯାଯାବର ଏବଂ ଗୃହହୀନ ଲୋକମାନଙ୍କ ପାଇଁ ଆଶ୍ରୟ ଦେବାରେ ଉଲ୍ଲେଖନୀୟ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲା ।

Leave A Reply

Your email address will not be published.