ଅଲ ଓଡିଶା ପ୍ୟାକ୍ସ ଓ ଲାମ୍ପସ ଏମ୍ପ୍ଲଇଜ ଫେଡେରେସନ ପକ୍ଷରୁ ନୂଆ ଖାଇ ଭେଟ ଘାଟ ଏବଂ ଆନ୍ତର୍ଜାତୀକ ସମବାୟ ଦିବସ ପାଳିତ

0 250

ଭୁବନେଶ୍ୱର :୦୩/୯( ପି ଏନ ଏସ ) ସମବାୟ ସଙ୍ଗଠନ ଗୁଡିକ ମଜଭୁତ ହେଲେ ଦେଶର ପ୍ରଗତି ହେବ। ସମବାୟ ଉପରେ ନିର୍ଭର କରୁଥିବା ଦେଶର ଅଗଣିତ ଲୋକଙ୍କ ଆର୍ଥିକ ବିକାଶ ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ସେ କହିଲେ ସମବାୟ ନୀତିରେ ବ୍ୟାପକ ସଂସ୍କାର ଆଣାଯିବାର ସମୟ ଆସିଛି। ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ ଫେଡେରେସନର ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ସମବାୟ ନୀତି ସମ୍ପର୍କରେ ଅବତାରଣା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମବାୟବିତ ଯଜ୍ଞଶ୍ୱର ବାବୁ ସମବାୟ ନୀତିରେ ଥିବା ଅସଙ୍ଗତି ଉପରେ ମତ ରଖିଥିଲେ।କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ସଭାପତିତ୍ବ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ଢାଲି ସମ୍ମାନିତ ଅତିଥି ଓ ସଂଘ ର ସାଧାରଣ ସମ୍ପାଦକ ନୀତିଶ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ସଂଘର ବହୁ ସଦସ୍ୟ ଉପସ୍ଥିତ ହୋଇ ସଭାର ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.