ଭୁବନେଶ୍ୱର : ୦୫/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )
ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା ଏବେ ସାମ୍ବାଦିକତା କରୁଥିବା ସାମ୍ୱାଦିକ ଓ ସାମ୍ବାଦପତ୍ର ସଂସ୍ଥା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ମନରେ ଆଶା ସଂଚାର କରିଛି। ଦେଶରେ ୧୮ ଟି ରାଜ୍ୟ ଇତି ମଧ୍ୟରେ ସାମ୍ବାଦିକ ମାନଙ୍କୁ ଚି଼ହ୍ନଟ କରି ମାସିକ ପେନସନ ସର୍ବାଧିକ ୨୨ ହଜାର ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ଆର୍ଥିକ ସମ୍ବଳର ଅଭାବ ଦର୍ଶାଇ ଏହାକୁ ଏଡାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଓଡିଶା ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ସରକାରଙ୍କ ଉପରେ ଚାପ ଦେଇଛନ୍ତି। ଏ ସମ୍ପର୍କରେ ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ଓଡିଶା ରିଟ ପିଟିସନ କରି ଏ ଦିଗରେ ଦୁଇ ପାଦ ଆଗକୁ ଯାଇଛି। ଏ ସମ୍ପର୍କରେ କ’ଣ କହୁଛନ୍ତି ଏହାର ସଭାପତି କାନହୁ ନନ୍ଦ ଶୁଣନ୍ତୁ