ଭୁବନେଶ୍ୱର, ୨୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପୂର୍ବାହ୍ନ ରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋହନ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ନବୀନ ମୋହନଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଭଲ ଥିବା କହିଛନ୍ତି l ମୋହନ ନବୀନ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଉଲ୍ଲେଖ ଯେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ତାଙ୍କ ଶରୀରରୁ ଜଳୀୟ ଅଂଶ କମି ଯିବାରୁ ଅସୁସ୍ଥତା ଅନୁଭବ କରିଥିଲେ। ସେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେ ସୁସ୍ଥ ହୋଇଥିଲେ। ନବୀନଙ୍କ ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥା ହୋଇଥିଲେ। ତାଙ୍କ ଭାଇ ପ୍ରେମ ମଧ୍ୟ ଆସି ସ୍ୱାସ୍ଥବସ୍ଥା ବୁଝି ଯାଇଛନ୍ତି।