ଭୁବନେଶ୍ୱର, ୨୨ ଅଗଷ୍ଟ, ୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ ) ଅଭୂତପୂର୍ବ ପ୍ରବାହରେ ହତାଶା ମଧ୍ୟରେ କଳାହାଣ୍ଡିର ପ୍ରାୟ ୫,୦୦୦ଦୁର୍ଦ୍ଦନଗ୍ରସ୍ତ ଗ୍ରାମବାସୀ, ଯୁବକ ଏବଂ ସମ୍ପ୍ରଦାୟ ନେତା ଆଜି ଲାଞ୍ଜିଗଡ଼ ଅଂଚଳିକ ବିକାଶ ପରିଷଦ (ଏଲଏଭିପି)ବ୍ୟାନର ତଳେ ଏକ ପ୍ରତିବାଦ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀମାନେ ଏକ ବିଶାଳ ଶାନ୍ତିପୂର୍ଣପ୍ରତିବାଦ ପ୍ରଦର୍ଶନ କରିଥିଲେ, ଯାହା ଦ୍ବାରା ସ୍ଥାନୀୟ ବକ୍ସାଇଟ୍ ଖଣି ତୁରନ୍ତ ଖୋଲିବା ଏବଂ ଏହା ସହିତ ଜଡିତ୩ ଲକ୍ଷରୁ ଅଧ୍ଵ ସ୍ଥାନୀୟ ଲୋକଙ୍କ ଜୀବିକା ସୁରକ୍ଷିତ କରିବା ଦାବି କରାଯାଇଥିଲା । ଏହି ରାଲିର ନେତୃତ୍ଵନେଇଥିଲେ ଶ୍ରୀଧର ପେସନିଆ, ସଭାପତି- ଏଲଏଭିପି, ନିର୍ମଳ ସାମଲ-ସଚିବ- ଏଲଏଭିପି, ସିବାଜି ମାଝୀ,ପୂର୍ବତନ ବିଧାୟକ, ଲାଞ୍ଜିଗଡ଼, ଧନ ମାଝୀ, ଆଦିବାସୀ ନେତା, ଟ୍ରକ୍ ମାଲିକ ସଂଘର ସଭାପତି ଚନ୍ଦ୍ର ବେହେରା,ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର କମିଟିର ସଭାପତି ରାଜେନ୍ଦ୍ର ସିଂହ ଦେଓ, ଏବଂ ରାଜପରିବାର ପ୍ରତିନିଧ୍ଵ ଏବଂସ୍ଥାନୀୟ ଯୁବ ନେତା – ହିମାଦ୍ରି ପେସନିଆ, ସୁବାଷ ଅଗ୍ରୱାଲ, ସୁରେଶ ଅଗ୍ରଓ୍ବାଲ ଏବଂ ସୁବାଷ ମହାପାତ୍ର ପ୍ରମୁଖଉପସ୍ଥିତ ଥିଲେ ।-ଏହା ବ୍ୟତୀତ, ସଞ୍ଜୀବ ନାୟକ – ଉପାଧ୍ୟକ୍ଷ, ଲାଞ୍ଜିଗଡ଼ ବ୍ଳକ, ପରଖୁ ନାୟକ ସଦସ୍ୟ-ଜିଲ୍ଲା ପରିଷଦ,ସରସ୍ଵତୀ ମୁଣ୍ଡା – ସରପଂଚ, ଲାଞ୍ଜିଗଡ଼, ଏବଂ ତାଂଚେର ମାଝୀ, ସରପଂଚ, ବସନ୍ତପଡ଼ା ପ୍ରମୁଖ ଏହି ରାଲିରେସାମିଲ ଥିଲେ । ଦେଶର ବିପୁଳ ଘରୋଇ ଭଣ୍ଡାର ସତ୍ତ୍ବେ, ଆମଦାନୀ ହୋଇଥିବା ବକ୍ସାଇଟ୍ ଉପରେ ଭାରତରନିରନ୍ତର ନିର୍ଭରଶୀଳତାକୁ ବିରୋଧ କରି ବିକ୍ଷୋଭକାରୀମାନେ ତୀବ୍ର ବିରୋଧ କରିଥିଲେ ।ପ୍ରତିବାଦକାରୀମାନେ ‘ଦେଶ କା ବକ୍ସାଇଟ୍, ଦେଶ କା ବିକାଶ ଏବଂ ‘ଆମର ଖଣି ଖୋଲ, ଆମ ଭବିଷ୍ୟତସୁରକ୍ଷିତ କର’ ସ୍ଲୋଗାନ ଦେଉଥିଲେ, ଏବଂ ସ୍ଥାନୀୟ ବିକାଶ ପାଇଁ ଏହି ଅଂଚଳର ଖଣିଜ ସମ୍ପଦକୁ ଶୀଘ୍ରଖୋଲିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିଲେ ।ଏଲଏଭିପି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ କର୍ତ୍ତୃପକ୍ଷଙ୍କନିକଟରେ ସଦ୍ୟତମ ଚଳିତ ବର୍ଷ ମାର୍ଚ୍ଚ ଏବଂ ମଇ ମାସରେ ବହୁବାର ଉପସ୍ଥାପନ କରିଛି ।‘ଆମର ଗାଁଗୁଡ଼ିକ ହତାଶାରେ ବୁଡ଼ି ରହିଛି । କଳାହାଣ୍ଡି ଦଶନ୍ଧି ଧରି କ୍ଷୁଧା ଏବଂ ଦାରିଦ୍ର୍ୟ ସହିତ ଲଢ଼ିଛି । ଏବେ,ଯେତେବେଳେ ଆମ ସମ୍ମୁଖରେ ଆଶା ଠିଆ ହୋଇଛି, ସେତେବେଳେ ଆମକୁ ଆମର ନିଜସ୍ଵ ସମଳ କାହିଁକିବର୍ଜନ କରାଯିବ ?‘ ଜଣେ ସ୍ପଷ୍ଟ ଭାବରେ ଦୁଃଖୀ ଗ୍ରାମର ବୟସ୍କ ବ୍ୟକ୍ତି କହିଛନ୍ତି ।ସେମାନେ ବକ୍ସାଇଟ୍ ଖଣି ଖୋଲିବା ପାଇଁ ଦୀର୍ଘ ସମୟ ଧରି ପଡ଼ି ରହିଥିବା ଗ୍ରାମସଭା ବୈଠକ ଡାକିବା ପାଇଁସେମାନଙ୍କର ପୂର୍ବ ଆହ୍ଵାନକୁ ମଧ୍ୟ ପୁନରାବୃତି କରିଥିଲେ ଏବଂ ଗୁରୁତ୍ବାରୋପ କରିଥିଲେ ଯେ ଉପଯୁକ୍ତସମ୍ପ୍ରଦାୟ ଅଂଶଗ୍ରହଣ ଏବଂ ସୁରକ୍ଷା ସହିତ ଏହି ସଂରକ୍ଷଣଗୁଡ଼ିକୁ ପ୍ରବେଶ ଅନୁମତି ଦେବା ଦ୍ଵାରା ସ୍ଥାନୀୟନିଯୁକ୍ତି ବୃଦ୍ଧି ପାଇବ ।ଭାରତ ବର୍ତମାନ ବାର୍ଷିକ ୪.୫ ନିୟୁତ ଟନ୍ ରୁ ଅଧିକ ବକ୍ସାଇଟ୍ ଆମଦାନୀ କରୁଛି, ଯଦିଓ ଏହା ୫ ବିଲିୟନଟନ୍ ରୁ ଅଧିକ ସଂରକ୍ଷଣ ରଖୁଛି। ଆମଦାନୀ ବିଲ୍ ୨୦୧୨-୧୩ ରେ ଟ.୩୬୯ ଲକ୍ଷରୁ ବୃଦ୍ଧି ପାଇ୨୦୨୪-୨୫ ରେ ଟ.୨୧୦୦ କୋଟିରୁ ଅଧିକ ହୋଇଛି । ପ୍ରତିବାଦକାରୀମାନେ ଯୁକ୍ତି ବାଢ଼ନ୍ତି ଯେ ଏହାଆଉ କେବଳ ଏକ ଆର୍ଥିକ ସମସ୍ୟା ନୁହେଁ ବରଂ ଏକ ସାମାଜିକ ଏବଂ ବିକାଶମୂଳକ ସମସ୍ୟା ପାଲଟିଛି ।