ଭୁବନେଶ୍ୱର : ୧୦/୮/୨୦୨୫( ପି ଏନ ଏସ ) ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୦୯-୨୦୧୦ ଶିକ୍ଷା ବର୍ଷରୁ ସାମ୍ସ ଆଡ଼ମିସନ ପ୍ରକ୍ରିୟା ଆରମ୍ଭ ହୋଇଛି ମାତ୍ର ଏ ପର୍ଯ୍ୟନ୍ତ ତା’ର ବ୍ୟବହାରିକ ଦିଗ ଉପରେ ଦୃଷ୍ଟି ଦିଆଯାଇନାହଁ। ସରକାରର ଏକ ଅଂଶ ସେ ହୋଇଥିଲେ ମଧ୍ୟ ଏହା କହିବାକୁ ପଛାଇବି ନାହିଁ। ସେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନିଜ ନିର୍ବାଚନ ମଣ୍ଡଳୀର ଚାରିଟା ବଡ଼ କଲେଜରେ ଛାତ୍ରୀ ନିବାସ ପାଇଁ ଅର୍ଥ ବ୍ୟବସ୍ଥା କରିଛନ୍ତି। ସେ କହିଲେ ସାମ୍ସରେ ନାମ ଲେଖା ବେଳେ ଛାତ୍ରୀ ମାନେ ନିଜ ଘର ଠାରୁ ୬୦/୭୦ କିମି ଦୂରରେ ନାମ ଲେଖାଉଥିବା ବେଳେ ସେଠାରେ ନିରାପଦ ରହଣି ପାଇଁ ବ୍ୟବସ୍ଥା ପାଉନାହାନ୍ତି। ଏଣୁ ଏହା ଦୂର ପାଇଁ ବ୍ୟବସ୍ଥା ହେବା ଦରକାର। ଓଡିଶା ଲାଇବ୍ରେରୀ ଏକାଡେମୀ ଭୁବନେଶ୍ୱରର ଦଶମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଗ୍ରାନ୍ଥଗାରିକ ମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂଗଠନ ସମ୍ପାଦକ ଡ ସତ୍ୟ ରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ଏହି ଅବସରରେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ଲାଇବ୍ରେରୀ ଉନ୍ମୋଚିତ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ଓ ଦଳଗତ ଫଟୋ ଉଠା ଯାଇଥିଲା।