ଭୁବନେଶ୍ୱର, 13.07.25 ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟରେ ଜଣାଶୁଣା ବିଶିଷ୍ଟ ବିଲଡର ତଥା ସମାଜ ସେବୀ ସୁବାସ ଭୁରାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ( ଜୀବନ ବ୍ୟାପି ସାଧନା ସମ୍ମାନ ) ମିଳିଛି l ରାଜ୍ୟର ଅଗ୍ରଣୀ ସାମ୍ବାଦପତ୍ର ସଂସ୍ଥା ସାମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି l ସ୍ଥାନୀୟ ରେଳ ଅଡ଼ିଟୋରି ୟମ ଠାରେ ରବିବାର ଆୟୋଜିତ ମାଇଁ ଫାଦର ମାଇଁ ହୀରୋ କାର୍ଯ୍ୟକ୍ରମରେ ଶ୍ରୀ ଭୁରାଙ୍କୁ ଏହି ସମ୍ମାନ ସାମ୍ବାଦ ଗ୍ରୁଫ ଅଧକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଦାନ କରିଥିଲେ l ଶ୍ରୀ ପଟ୍ଟନାୟକ ସୁବାସଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କଲାବେଳେ ସମ୍ମିଳନୀ କକ୍ଷରେ ଭରପୁର ବୁଦ୍ଧିଜୀବୀ କରତାଳି ଦେଇଥିଲେ। କାର୍ଯ୍ୟକ୍ରମରେ ସୁଭାସଙ୍କ ଜୀବନ ବ୍ୟାପି ସାଧନା ଉପରେ ଏକ ଆଲୋକ ଚିତ୍ର ପ୍ରଦର୍ଶନ କରାଯାଇ ଥିଲା l ଉଲ୍ଲେଖ ଯେ କ୍ରମ ବର୍ଦ୍ଧିଷ୍ଣୁ ରାଜଧାନୀ ଭୁବନେଶ୍ୱର ର ବିକାଶ ଆରମ୍ଭରେ ଯେଉଁ କେତେ ଜଣ କୋଠାବାଡ଼ି ନିର୍ମାତା ରାଜଧାନୀରେ ଆରାମ ଦାୟକ ସୌଧ ନିର୍ମାଣ କରି ନାମ ଅର୍ଜନ କରିଥିଲେ ସେମାନଙ୍କ ମଧ୍ୟରେ ସୁବାସ ଅନନ୍ୟ ଥିଲେ l କେବଳ ବ୍ୟବସାୟ ନୁହେଁ ସମାଜ ସେବା କ୍ଷେତ୍ରରେ ଶ୍ରୀ ଭୁରାଙ୍କ ସମ୍ମାନ ରହିଛି l