କାର୍ଗିଲ ବିଜୟ ଦିବସରେ ପ୍ରଦାନ କରାଯିବ” ଅଟଳ ପ୍ରତିଭା ସମ୍ମାନ”

0 167

ଭୁବନେଶ୍ୱର ୧୩ ଜୁଲାଇ ୨୦୨୫ ,( ପ୍ରତ୍ୟୁଷା ଵ୍ୟୁରୋ ): ଆସନ୍ତା କାର୍ଗିଲ୍ ଦିବସ ଅବସରରେ ଅଟଳ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସ୍ଥାନୀୟ ପ୍ରେସ କ୍ଳବ ପ୍ରାଙ୍ଗଣରେ ” ଅଟଳ ଯୁବ ଶକ୍ତି” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର କାର୍ଯ୍ୟକର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ରୀ ପ୍ରବୀର ଶଙ୍କର ଦାଶ ପ୍ରାରମ୍ଭିକ ସୂଚନା ନିମିତ୍ତ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କର ପରିଚୟ କରାଇବା ସହ ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କିତ ନିଜର ବାର୍ତ୍ତା ରଖ୍ ” ଅଟଳ ଯୁବ ଶକ୍ତି” କେବଳ ସାମାଜିକ ସଂଗଠନ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିତି ଆଦର୍ଶ ପ୍ରଚାରର ଏକ ପ୍ରକାର ପଦାତିକ ବାହିନୀ ବୋଲି କହିଥିଲେ । ଅଟଳ ଯୁବଶକ୍ତି ବିଗତ ୧୦ ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୁବାଭିମୁଗ୍ଧ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସମ୍ବନ୍ଧିତ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟମାନ ବାଜପେୟୀଜୀଙ୍କ ନିତି ଆଦର୍ଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ମାଧମ ହୋଇଛି ବୋଲି କହିଥିଲେ । ଅଟଳଜୀଙ୍କ ଜନ୍ମ ଜୟନ୍ତୀର ଶତାଦ୍ଧି ବର୍ଷ ଅବସରରେ ସଂଗଠନ ସରକାରୀ ସ୍ଵୀକୃତି ପ୍ରାପ୍ତ ହୋଇଥିବା ବେଳେ, ଆଗାମୀ କାଗିଲ ବିଜୟ ଦିବସ ଅବସରରେ ରାଜ୍ୟସ୍ତରୀୟ ଅଟଳ ପ୍ରତିଭା ସମ୍ମାନ ୨୦୨୫ ଆୟୋଜନ କରିବାକୁ ଯାଉଅଛି ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ସଂଗଠନର ସଭାପତି ଶ୍ରୀ ବିକାଶ ପାଢ଼ୀ ଅଟଳ ପ୍ରତିଭା ସମ୍ମାନ- ୨୦୨୫ ନିମନ୍ତେ କାର୍ଯ୍ୟକ୍ରମର ଆବାହକ ପୂର୍ବତନ ବିଧାୟକ ଲଲିତେନ୍ଦ୍ର ବିଦ୍ୟାଧର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରିବା ସହ ଆୟୋଜିତ ହେବାକୁ ଥିବା ଅଟଳ ପ୍ରତିଭା ସମ୍ମାନ- ୨୦ ୨୫ର କୁମ୍ବକୀୟ ରୂପରେଖ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆଗାମୀ ୨୬ ତାରିଖ ଦିନ ସକାଳ ୯ ଘଟିକାରୁ ଜୟଦେବ ଭବନରେ ଆରମ୍ଭ ହୋଇ ରାନ୍ତି ୧୦ ଘଟିକାରେ ସମାପ୍ତ ହେବ ବୋଲି କହିଥିଲେ ।

Leave A Reply

Your email address will not be published.