ନୂଆଦିଲ୍ଲୀ: ୦୧ ଜୁଲାଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଠାରୁ ଜୁଲାଇ ମାସ ଆରମ୍ଭ ହେଉଥିବାରୁ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସେଗୁଡ଼ିକୁ ଯଥେଷ୍ଟ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି ନିୟମଗୁଡ଼ିକ ଟ୍ରେନ ଟିକଟଠାରୁ ଆରମ୍ଭ କରି ପାନ୍ କାର୍ଡ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିବ। ଏହି ନିୟମଗୁଡ଼ିକ ବ୍ୟକ୍ତିବିଶେଷ ଓ ବ୍ୟବସାୟକୁ ପ୍ରଭାବିତ କରିବ ଆସନ୍ତାକାଲିଠାରୁ ସଂଶୋଧିତ ୟୁପିଆଇ ଚାର୍ଜବ୍ୟାକ ନିୟମ, ନୂଆ ତତ୍କାଳ ଟ୍ରେନ ଟିକଟ ବୁକିଂ ନିୟମ ଏବଂ ନୂଆ ପାନ୍ ଆବେଦନ ପାଇଁ ଆଧାର ଆବଶ୍ୟକତା ନିୟମ ଲାଗୁ ହେବ। ୧. ୟୁପିଆଇ ଚାର୍ଜବ୍ୟାକ୍ ପେମେଣ୍ଟ କର୍ପୋରେସନ ଇଣ୍ଡିଆ (ଏନସିପିଆଇ) ପକ୍ଷରୁ ୟୁପିଆଇ ଚାର୍ଜବ୍ୟାକର ସଂଶୋଧିତ ନିୟମ ଲାଗୁ ହେବ। ବର୍ତ୍ତମାନ ପରିସ୍ଥିତିରେ ଏକାଧିକ ଦାବି ଉପସ୍ଥାପନ କରାଯାଉଥିବାରୁ ଯୋଗ୍ୟ ମାମଲାଗୁଡ଼ିକୁ ମଧ୍ୟ ନାହିଁ କରାଯାଉଛି। କିନ୍ତୁ ନୂଆ ନିୟମରେ ଏଥିପାଇଁ ନ୍ୟାସନାଲ ଅଫ ଏନପିସିଆଇର ହସ୍ତକ୍ଷେପ ଦରକାର ପଡ଼ିବନି। ଆର୍ଥିକ ଅନୁଷ୍ଠାନଗୁଡ଼ିକ ପ୍ରତ୍ୟକ୍ଷ ଭାବେ ସେହି ଅନୁମୋଦନ ପ୍ରଦାନ କରିପାରିବେ। ୨. ନୂଆ ପାନ୍ ପାଇଁ ଆଧାର ବାଧ୍ୟତାମୂଳକ ଆସନ୍ତାକାଲିଠାରୁ ନୂଆ ପାନ୍ କାର୍ଡ ଲାଗି ଆବେଦନ କରିବାକୁ ହେଲେ ବାଧ୍ୟତାମୂଳକ ଭାବେ ଆଧାର ବ୍ୟବହାର କରିବାକୁ ପଡ଼ିବ। ପୂର୍ବରୁ ପାନ୍ କାର୍ଡ ଲାଗି ଯେକୌଣସି ଫଟୋ ପରିଚୟପତ୍ର ଓ ଜନ୍ମ ପ୍ରମାଣପତ୍ର ବ୍ୟବହାର ହେଉଥିଲା। କିନ୍ତୁ ଜୁଲାଇରୁ ଆଧାର ପ୍ରମାଣୀକରଣ ଲାଗୁ ହେବ। ୩. ତତ୍କାଳ ଟିକଟ ବୁକିଂ ଜୁଲାଇ ୧ରୁ ତତ୍କାଳ ଟିକଟ ବୁକିଂ ନିୟମ ବଦଳିବ ଆଇଆରସିଟିସିର ୱେବସାଇଟ ଓ ମୋବାଇଲ ଆପ୍ରେ ତତ୍କାଳ ଟିକଟ ବୁକିଂ କରିବା ଲାଗି ଆଧାର ପ୍ରମାଣୀକରଣ କରିବାକୁ ପଡ଼ିବ। ଜୁଲାଇ ୧୫ରୁ ସେଥିପାଇଁ ୱାନ-ଟାଇମ୍-ପାସ୍ୱାର୍ଡ (ଓଟିପି) ପ୍ରମାଣୀକରଣ ଲାଗୁ ହେବ । ଏଥିରେ ଗ୍ରାହକମାନେ ଟିକଟ ବୁକିଂ ବେଳେ ନିଜ ଡିଭାଇସ୍ରେ ଏକ କୋଡ୍ ପାଇବେ। ତାହାକୁ ତତ୍କାଳ ଟିକଟ ବୁକିଂ ବେଳେ ବ୍ୟବହାର କରିପାରିବେ । ୪. ଜିଏସ୍ଟି ରିଟର୍ଣ୍ଣ ଦାଖଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ ନେଟ୍ୱର୍କ (ଜିଏସ୍ଟିଏନ୍)ରେ ଜୁନ୍ ୭ରୁ ମାସିକ ଜିଏସଟି ଦାଖଲ ଫର୍ମ ଜିଏସଟିଆର-୩ବି ।