ଶପଥ ନେଲେ ଓଡିଶା ଫାର୍ମାସି ଅଧିକାରୀ ସେବା ସଂଘ ର ନୂଆ କର୍ମକର୍ତ୍ତା ।

0 160

ଭୁବନେଶ୍ୱର, 15.06.25 ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା ଫର୍ମାସୀ ଅଧିକାରୀ ସେବା ସଂଘର ନିର୍ବାଚିତ ନୂଆ କର୍ମକର୍ତ୍ତା ମାନେ ଆଜି ଶପଥ ନେଇଛନ୍ତି।“ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘ”ର “ ରୌପ୍ୟ ଜୟନ୍ତୀ ସମ୍ମିଳନୀ ଓ କାର୍ଯ୍ୟକର୍ତ୍ତା ନିର୍ବାଚନ ଚଳିତ ବର୍ଷ ମଇ ମାସ ୩୦ ଓ ୩୧ ତାରିଖରେ ଭୁବନେଶ୍ୱର ଅନୁଷ୍ଠିତ ହୋଇଯାଇଅଛି ଏବଂ ଏହି ଅବସରରେ ବର୍ଷ ୨୦୨୫-୨୭ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ l ଏହି ନିର୍ବାଚିତ କର୍ମକର୍ତ୍ତା ମାନେ ହେଲେ- ଶ୍ରୀମତୀ ଶୁଭଲଷ୍ମୀ ସ୍ୱାଇଁ, ସଭାପତି ଶ୍ରୀ ପି. ଭବାନୀ ଶଙ୍କର ପାତ୍ର, ଉପସଭାପତି ଶ୍ରୀ କ୍ଷିତିଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ବାରିକ, ଯୁଗ୍ମ ସମ୍ପାଦକ କୁମାରୀ ସ୍ୱର୍ଣ୍ଣଲତl ରାଉତ, ଯୁଗ୍ମ ସମ୍ପାଦକ ଶ୍ରୀ ସୁଧୀର କୁମାର ନାୟକ, କୋଷାଧକ୍ଷ ଶ୍ରୀ ଲଳିତ ମୋହନ ବିଶୋଇ, ସାଂଗଠନିକ ସମ୍ପାଦକ ଶ୍ରୀ ଲୋକନାଥ ସୁନା, ସାଂଗଠନିକ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ପଣ୍ଡା, ସାଂଗଠନିକ ସମ୍ପାଦକ । ଅଦ୍ୟ ତା.୧୫-୦୬-୨୦୨୫ ରିଖ ଦିନ ଏହି ନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ ଗ୍ରହଣ ଉଚ୍ଛବ ଭୁବନେଶ୍ୱର ସ୍ଥିତ ଓଡେଷା (ODESA) ଭବନ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଡ. ମୁକେଶ ମହାଲିଙ୍ଗ ଙ୍କ କରକମଳ ରେ ଶୁଭ ଉଦ୍ଘାଟନ ହୋଇଥିବା ବେଳେ ଏହି ସମାରୋହ ରେ ଶ୍ରୀଯୁକ୍ତ ସମୀର ମହାନ୍ତି ସଭାପତି ଓଡ଼ିଶା ଅଲମ୍ପିକ ଆସୋସିଏସନ୍ ମୁଖ୍ୟ ଅତିଥି , ଶ୍ରୀଯୁକ୍ତ କାଳନ୍ଦୀ ସାମଲ ସ୍ଵତନ୍ତ୍ର ନିର୍ଦ୍ଦେଶକ NSIC ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଯୁକ୍ତ ବାବୁ ସିଂ ମାନ୍ୟବର ବିଧାୟକ ଏକାମ୍ର ଭୁବନେଶ୍ଵର,ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମାନ୍ୟବର ବିଧାୟକ ଚିକିଟି , ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ମାନ୍ୟବର ନିର୍ଦ୍ଦେଶକ ସ୍ବାସ୍ଥ୍ୟସେବା, ଶ୍ରୀଯୁକ୍ତ ପଞ୍ଚାନନ ନାୟକ ସୁନାମଧନ୍ୟ ଗୀତିକାର ,ଶ୍ରୀଯୁକ୍ତ ଅଜିତ ଦାସ ମାନ୍ୟବର ସଦସ୍ୟ ସଂକଳ୍ପ ପତ୍ର କମିଟି ପ୍ରମୁଖ ଯୋଗ ଦେଇଥିଲେ l ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଫାର୍ମାସି ଅଧିକାରୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ ଦାନ ଓ ପ୍ରମୁଖ ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ ତତ୍ ସହିତ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଓ ନିରାମୟ ଯୋଜନା ଭଳି ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନରେ ଫାର୍ମାସି ଅଧିକାରୀ ମାନଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ l ଏଥି ସହ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ନବ ନିର୍ବାଚିତ କର୍ମକର୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ l ଏହି ସମାରୋହ ମାଧ୍ୟମରେ ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ଗଣ ନିମ୍ନଲିଖିତ ସଙ୍ଘର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ଗୁଡିକ ପୂରଣ ଦିଗରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମାଧ୍ୟମରେ ସମସ୍ତ ନ୍ୟାର୍ଯ୍ୟ ଦାବି ଗୁଡିକୁ ସରକାରଙ୍କ ନିକଟରେ ଦୃଢ ଭାବରେ ଉପସ୍ଥାପନା କରିଥିଲେ l ଏହି ଦାବି ଗୁଡିକ ହେଲା: ୧) ଫାର୍ମାସୀ ଅଧିକାରୀଙ୍କ ମୂଳ ଦରମା ୯୩୦୦ + ୪୨୦୦ କରିବା । ୨)ଦୀର୍ଘଦିନ ଧରି ଅଟକି ରହିଥିବା ପଦୋର୍ନ୍ନତି ଓ କ୍ୟାଡ଼ର ଲାଗୁ କରିବା କାର୍ଯ୍ୟକୁ ଯଥା ଶୀଘ୍ର ସାରିବା ୩) ପଦ ଅନୁଯାଇ ଚାକିରି ସର୍ତlବଳି ର ବିଜ୍ଞପ୍ତି ଜାରିକରିବା । ୪) ଓଡ଼ିଶା ଫାର୍ମାସୀ ଅଫିସର୍ ସେବା ସଂଘ କାର୍ଯ୍ୟାଳୟ ଗୃହ ପାଇଁ ତୁରନ୍ତ ଏକ ସରକାରୀ ବାସ ଭବନ ଯୋଗାଇଦେବା।

Leave A Reply

Your email address will not be published.