ଭୁବନେଶ୍ୱର, ୦୫ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):
ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାର ଠାରୁ କିଛି କମ ନୁହେଁ। ଅଣ ଓଡ଼ିଆ ଠିକାଦାର ପ୍ରୀତି ଏ ସରକାର ବୁଡି ରହିଛି। ଛୋଟିଆ କାମ ଗୁଡିକୁ ଯୋଡି ମେଗା କାମ ଭାବରେ ଅଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆ ଯାଉଛି। ଓଡ଼ିଆ ଠିକାଦାରଙ୍କ ପେଟ ରେ ଲାତ ଦିଆଯାଇ ଅବିଚାର କରାଯାଉଛି। ଏଣୁ ସରକାର ଏ ବିଷୟରେ ନ ଚେତିଲେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ସଂଘର ରାଜ୍ୟ ସଭାପତି ଜଗଦୀଶ ପାତ୍ର। ଆନ୍ଦୋଳନଙ୍କୁ ସମର୍ଥନ କରି ଧାରଣା ସ୍ଥଳରେ ବହୁ ସଂଖ୍ୟାରେ ଠିକାଦାର ମାନେ ଏକାଠି ହୋଇଥିଲେ।