ଭୁବନେଶ୍ବର : ୨୩ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶା ପକ୍ଷରୁ ଏକ ଦୁଇ ଦିନିଆ ପ୍ରଦର୍ଶନୀ ‘ମାଷ୍ଟର କ୍ରାଷ୍ଟ୍ରର୍ସ’ର ଘୋଷଣା କରାଯାଇଛି, ଯାହା ଓଡିଶାର ପାରମ୍ପରିକ ହସ୍ତକଳା ଓ କାରିଗରୀର ଉତ୍କର୍ଷତାକୁ ପାଳନ କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ମଇ ୨୪ ଓ ୨୫ ତାରିଖ ୨୦୨୫ରେ ଭୁବନେଶ୍ବର କ୍ଲବର ବ୍ୟାଙ୍କେଟ୍ ହଲରେ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ‘ମାଷ୍ଟର କ୍ରାଷ୍ଟ୍ରର୍ସ’ରେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରଙ୍କ ସମେତ ୨୦ ଜଣ ମାଷ୍ଟର କାରିଗର ସାମିଲ ହେବେ ଯିଏକି ଓଡିଶାର ହସ୍ତଶିଳ୍ପଗୁଡିକର ବିବିଧ ଶୃଙ୍ଖଳାକୁ ପ୍ରଦର୍ଶିତ କରିବେ । ପଟ୍ଟଚିତ୍ର, ତାଳପତ୍ର ଖୋଦନ, ଟେରାକୋଟା, ପଥର ଓ କାଠ ଖୋଦିତ ବସ୍ତୁ, ଆପ୍ଲିକ୍, ଗୋଲ୍ଡେନ ଗ୍ରାସ, ସବାଇ ଗ୍ରାସ, ରୂପା ତାରକସି, ସିସେଲ ଆର୍ଟ, ଢୋକ୍ରା କାଷ୍ଟିଙ୍ଗ୍, ଆଦିବାସୀ ଫେଟିଙ୍ଗ୍ ଓ ହାତ ବୁଣା ଇଜ୍ଜତ ଆଦି କଳାକୃତିଗୁଡିକୁ ପ୍ରଦର୍ଶନ କରାଯିବ ସହିତ ବିକ୍ରି ମଧ୍ଯ କରାଯିବ । ଏହି କାର୍ଯ୍ୟକ୍ରମ କାରିଗରୀ ଉତ୍କର୍ଷତାର ପ୍ରଚାର ପ୍ରସାର କରିବା, ସବୁ ସମୟରେ କାରିଗରଙ୍କୁ ବଜାରରେ ସୁଯୋଗ ପ୍ରଦାନ କରିବା ଏବଂ କାରିଗର ଓ କ୍ରେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖୁଛି । ଏହି ପଦକ୍ଷେପ କାରିଗରମାନଙ୍କୁ କେବଳ ଆର୍ଥିକ ରୂପେ ସହଯୋଗ କରିବ ନାହିଁ ବରଂ ଓଡିଶାର ପାରମ୍ପରିକ ହସ୍ତଶିଳ୍ପର ପ୍ରୋଫାଇଲକୁ ଉନ୍ନତ କରିବ । ଚଳିତ ବର୍ଷ ମଇ ୨୪ ତାରିଖ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ରାଜ୍ୟ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ମୁଖ୍ୟ ଅତିଥ୍ ଭାବେ ଏବଂ କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶାର ଅଧ୍ୟକ୍ଷ, ଆଇଏଏସ୍ (ଅବସରପ୍ରାପ୍ତ) ସନ୍ତୋଷ କୁମାର ମହାପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର କମିଶନର ତଥା ସଚିବ ଅତିଥି ଭାବେ ଯୋଗ ଦେଵେ।