ଭୁବନେଶ୍ୱର୨୨ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) :
କଳ୍ପନା ଛକ ନିକଟସ୍ଥ ଉତ୍କଳ କନିକା ଗଲେରିଆ ଠାରେ ସ୍ଥାପିତ ମା କର୍ଣ୍ଣି ମନ୍ଦିରରେ ବିଶେଷ ପୂଜାର୍ଚନା କରାଯାଇଛି। ବିକାନିର ଜିଲ୍ଲା ନାଗରିକ ପରିଷଦ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦେଶବାସୀଙ୍କ ଅକୁଣ୍ଠ ବିଶ୍ୱାସ ବଢିଥିବା ବେଳେ ଆଜି ଶ୍ରୀ ମୋଦୀ ରାଜସ୍ଥାନ ଗସ୍ତ କରି ସେଠାରେ ବିକଶିତ ଭାରତ ପାଇଁ ବହୁ ପ୍ରକଳ୍ପ ଆରମ୍ଭ କରିବା ପରିପ୍ରେକ୍ଷୀରେ ପ୍ରସିଦ୍ଧ ମା କର୍ଣ୍ଣି ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ଭୁବନେଶ୍ୱରରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ଜନ ସାଧାରଣଙ୍କୁ ଜ୍ଞାତ କରାଇବା ପାଇଁ ଏହି ପୂଜା ଆୟୋଜିତ ହୋଇଥିବା ବିକାନିର ନାଗରିକ ପରିଷଦ ପକ୍ଷରୁ କୁହାଯାଇଛି।